ଓଡ଼ିଶାଲାଇଭ୍ ବ୍ୟୁରୋ

Titli turns into a severe cyclonic storm

ଜୁନ୍ ୨୧ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶା ଉପକୂଳ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିଲା। ଦୁଇ ଦିନ ବର୍ଷା ହେବା ପରେ ସୋମବାରଠୁ ପାଗରେ ପରିବର୍ତ୍ତନ ଦେଖା ଦେଇଛି। ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତବର୍ଷ ରାଜ୍ୟରେ ମୌସୁମୀଜନିତ ବର୍ଷା କମ୍‌ ହେବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲା। ସେଥିପାଇଁ ଲଘୁଚାପ ଆରମ୍ଭରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। କିନ୍ତୁ କିଛିଟା ସ୍ଥାନରେ ବର୍ଷା ହେଉଥିବା ବେଳେ କିଛିଟା ସ୍ଥାନରେ ଶୁଖିଲା ପାଗ ସାଙ୍ଗକୁ ଖରା ଏବଂ ଗୁଳୁଗୁଳି ହେଉଛି।

Comment