ଓଡ଼ିଶାଲାଇଭ ବ୍ୟୁରୋ

ପ୍ରେମ ପବିତ୍ର ଏବଂ ଶାଶ୍ୱତ। ହେଲେ ଏବେବି ସମାଜରେ ସହଜରେ ଏହି ପ୍ରେମ ସଂପର୍କକୁ ଗ୍ରହଣ କରି ପାରୁନାହନ୍ତି ଲୋକେ। ଫଳରେ କେଉଁଠି ପ୍ରେମୀ ଯୁଗଳ ଆତ୍ମହତ୍ୟା କରୁଛନ୍ତି ତ କେଉଁଠି ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି ପ୍ରେମୀଯୁଗଳ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ମଣ୍ଡୁଆ ଗ୍ରାମରେ।

ଯେଉଁଠି ପରସ୍ପରକୁ ପ୍ରେମ କରୁଥିବା ପୁଅ ଝିଅଙ୍କୁ ଧରି ଗ୍ରାମବାସୀ ଲଣ୍ଡା କରିଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁସାରେ ମଣ୍ଡୁଆ ଗ୍ରାମର ଜଣେ ଝିଅକୁ କରଞ୍ଜିଆ ଗୋଡ଼ସାହି ଅଞ୍ଚଳର ଜଣେ ପୁଅ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ। ସୋମବାର ସନ୍ଧ୍ୟାରେ ପ୍ରେମିକାର ଦେହ ଅସୁସ୍ଥ ଥିବାରୁ ପ୍ରେମିକ ଜଣକ ଦେଖା କରିବା ପାଇଁ ମଣ୍ଡୁଆ ଗ୍ରାମକୁ ଯାଇଥିଲେ। ପ୍ରେମିକ ଆସିଥିବାର ଜାଣି ଗ୍ରାମର କିଛି ଯୁବକ ମହିଳାଙ୍କ ଘରେ ହଠାତ ପଶି ପ୍ରେମିକ ପ୍ରେମିକାଙ୍କୁ ନିସ୍ତୁକ ପିଟିବା ସହିତ ଉଭୟଙ୍କୁ ଲଣ୍ଡା କରି ଗ୍ରାମ ରାସ୍ତାରେ ବୁଲାଇଥିଲେ।

ଏହି ଦୃଶ୍ୟକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।  ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବର୍ତ୍ତମାନ କରଞ୍ଜିଆ ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରେମିକ ପ୍ରେମିକା ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି।

Comment