ଓଡ଼ିଶାଲାଇଭ୍ ବ୍ୟୁରୋ

ବେକ, ମୁଣ୍ଡ, ଗାଲ ଏବଂ ଆଖିର ଆଖପାଖରେ ଅଚାନକ ଜ୍ୱଳନ ହେଲେ ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ। ଏହା ଚର୍ମ କର୍କଟର କାରଣ ହୋଇପାରେ।

-ଯଦି ଆପଣଙ୍କର ଚେହେରାରେ ଅଚାନକ କିଛି ଦାଗ ସୃଷ୍ଟି ହୁଏ ଏବଂ କ୍ରମାଗତ ଭାବେ ଏହା ବଢ଼େ ତା’ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

-ଚର୍ମ କର୍କଟ ହେଲେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଶରୀରରେ ଜନ୍ମରୁ ଥିବା ଚିହ୍ନଗୁଡ଼ିକର ଆକାର ବଢ଼ିବାକୁ ଲାଗେ, ସେଠାରେ କୁଣ୍ଡାଇ ହେବା ସହିତ ଫଳିଯାଏ । ୨-୩ ସପ୍ତାହ ଧରି ଏପରି ହେଲେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

-ଯଦି ଆପଣଙ୍କ ଶରୀରରେ ଥିବା କଳାଜାଇର ଆକାର ବୃଦ୍ଧି ହେବାକୁ ଲାଗେ ତା’ ହେଲେ ତ୍ୱଚାର ଯାଞ୍ଚ କରାଇ ନିଅନ୍ତୁ।

-ଚର୍ମ କର୍କଟ ହେଲେ ମୁହଁରେ ହୋଇଥିବା ବ୍ରଣର ଆକାର ମଧ୍ୟ ବୃଦ୍ଧି ପାଇଥାଏ। ଏହାର ରଙ୍ଗରେ ବି ପରିବର୍ତ୍ତନ ହୁଏ।

-ଏକଜିମା ମଧ୍ୟ ଚର୍ମ କର୍କଟର ଲକ୍ଷଣ। ବିଶେଷ କରି କହୁଣୀ, ହାତ ପାପୁଲି ଏବଂ ଆଣ୍ଠୁରେ ଏକଜିମା ହୋଇଥିଲେ ତୁରନ୍ତ ହସ୍ପିଟାଲ ଯାଆନ୍ତୁ।

-ଯଦି ଆପଣ ଖରାରେ ବାହାରକୁ ବାହାରିବା ପରେ କୁଣ୍ଡାଇ ହେଉଛି ତା’ ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ।

-ଚର୍ମ କର୍କଟ ଦୂର କରିବା ଲାଗି ବାହାରକୁ ବାହାରିବା ସମୟରେ ଚେହେରାକୁ ଭଲ ଭାବେ ଢାଙ୍କନ୍ତୁ।

-ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମି ଥାଏ।

Comment