ଓଡ଼ିଶାଲାଇଭ୍ ବ୍ୟୁରୋ

ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ଓଜେଇଇ ପକ୍ଷରୁ ଜୁନ୍ ୨୫ରେ ଧାର୍ଯ୍ୟ କରାଯାଇଥିବା ରେଜିଷ୍ଟ୍ରେସନର ସମୟସୀମାକୁ ଜୁନ୍ ୨୭କୁ ବୃଦ୍ଧି କରାଯାଇଛି। ଓଜେଇଇ ସାଇଟ www.ojee.nic.in କୁ ଯାଇ ନାମ ରେଜିଷ୍ଟ୍ରେସନ କରିପାରିବେ।

ଜୁନ୍ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଭେରିଫିକେସନ କରିପାରିବେ। ଜୁଲାଇ ୧ରେ ମେରିଟ ଲିଷ୍ଟ ତଥା କଟ୍ ଅଫ ମାର୍କ ପ୍ରକାଶ ପାଇବ।

ଜୁଲାଇ ୧ ପୂର୍ବାହ୍ନ ୧୧ଟାରୁ ଜୁଲାଇ ୨ ପୂବାହ୍ନ ୧୧ଟା ୫୯ ମଧ୍ୟରେ ଛାତ୍ରଛାତ୍ରୀ ଚଏସ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରାଯିବ। ଏହାସହ ପ୍ରୋଭିଜନାଲ ଆଲଟମେଣ୍ଟ ଲେଟର ଡାଉନଲୋଡ କରିପାରିବେ।

  • ରେଜିଷ୍ଟ୍ରେସନ କରିବାର ପ୍ରଣାଳୀ
    ojee.nic.inକ୍ଲିକ କରି ଓଜେଇଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
    ହୋମପେଜରେ ‘ନିଟ2019 ଏମବିବିଏସ-ବିଡିଏସ ପାଇଁ ରେଜିଷ୍ଟ୍ରେସନ’ ଲିଙ୍କ ଉପରେ କ୍ଲିକ କରନ୍ତୁ।
    ଏହା ପରେ ଏକ ନୁଆ ୱିଣ୍ଡୋ ଖେଲିବ।
    ଫର୍ମକୁ ପୂରଣ କରି ଦିଅନ୍ତୁ।
    ଶେଷରେ ଏହାର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖନ୍ତୁ।

Comment