ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରୁ ୩ ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଗତ ୨୪ ତାରିଖରେ ଅମର, ସସ୍ମିତ ଏବଂ ଅଶ୍ୱିନୀ ନିଜ ପାର୍ଥିପତ୍ର ଦାଖଲ କରିଥିଲେ। ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିବା ବେଳେ ଓଡ଼ିଶାର ଏହି ତିନି ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବା ରିଟର୍ଣ୍ଣି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ହେଉଛନ୍ତି ଶାସକ ବିଜେଡି ଦଳର ଦୁଇ ରାଜ୍ୟସଭା ପ୍ରାର୍ଥୀ। ସେହିପରି ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ଓଡ଼ିଶା ବିଜେପିର ରାଜ୍ୟସଭା ପ୍ରାର୍ଥୀ।

ପୂର୍ବତନ ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ସଭ୍ୟ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ଖାଲି ପଡ଼ିଥିଲା। ତେବେ ଏହି ୩ଟି ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶାରୁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା ଜୁଲାଇ ୫ରେ ହେବ ରାଜ୍ୟସଭା ଉପ-ନିର୍ବାଚନ।

Comment