ଓଡ଼ିଶାଲାଇଭ ବ୍ୟୁରୋ

ଜାପାନର ଓସାକା ସହରରେ ଆଜିଠାରୁ ଜି ୨୦ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ବଡ଼ ରାଷ୍ଟ୍ର ସାମିଲ ହେବେ। ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏଥିରେ ୠଷ ଓ ଚୀନ ସହ ଭାରତର ବୈଠକ ହୋଇପାରେ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ତାଙ୍କର ପ୍ରଥମ ବଡ଼ କୂଟନୈତିକ ଗସ୍ତ। ଏହି ଗସ୍ତରେ ମୋଦି ମେଜବାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିବେ। ଏହାପରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ।

ଏହି ସମ୍ମଳନୀରେ ଯୋଗ ଦେବାକୁ ମୋଦି ଗୁରୁବାର ସକାଳୁ ଜାପାନ ଗସ୍ତ କରିଥିଲେ। ଓସାକରେ ଏୟାରପୋର୍ଟରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା।

Comment