ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଯାତ୍ରା ପ୍ରସ୍ତୁତି ପାଇଁ ବସିବ ଶେଷ ସମନ୍ୱୟ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରାୟ ୧୧ଟାରେ ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ  ଯୋଗଦେବେ। ବୈଠକରେ ବରିଷ୍ଠ ପୋଲିସ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଯୋଗଦେବେ।

ଘୋଷଯାତ୍ରାରେ ରଥ ନିର୍ମାଣଠାରୁ ଆରମ୍ଭ କରି କିପରି ଶାନ୍ତିଶୃଙ୍ଖଳା ସହ ଶେଷ ହେବ ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ। ପୂର୍ବରୁ ତିନୋଟି ସମନ୍ୱୟ ବୈଠକ ଶେଷ ହୋଇଛି।

Comment