ଓଡ଼ିଶାଲାଇଭ ବ୍ୟୁରୋ

ମହାରାଷ୍ଟ୍ରର ପୁନେରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି।  ପ୍ରବଳ ବର୍ଷା ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ ପୁରୁଷ, ୨ ମହିଳା ଓ ୪ ଶିଶୁ ଅଛନ୍ତି। ପାଚେରୀ ତଳେ ଆହୁରି କିଛି ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ କୋନ୍ଧୱା ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ପାଚେରୀ ଧସି ପଡିଥିଲା। ଫଳରେ ନିକଟରେ ଥିବା ଏକ ବସ୍ତିର ଏକାଧିକ ଘରେ ପାଚେରୀ ପଡ଼ିଥିଲା।

ଘଟଣାର ପ୍ରାଥମିକ ଯାଞ୍ଚରୁ ଏହି ପାଚେରି ନିର୍ମାଣ କରିଥିବା କନଷ୍ଟ୍ରକସନ କମ୍ପାନିକୁ ଦାୟୀ କରାଯାଇଛି । ଦୁର୍ବଳ ପାଚେରୀ ନିର୍ମାଣ କାରଣରୁ ଏତେ ବଡ ଦୁର୍ଘଟଣା ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ବିହାର ଓ ପଶ୍ଚିମବଙ୍ଗର ଲୋକେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here