ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଶନିବାର ପୁଣେର ଏକ ହସ୍ପିଟାଲରେ କୁଷ୍ଠ ରୋଗୀଙ୍କ ସହିତ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଫାଉଣ୍ଡେସନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସହ ଅନ୍ୟ ସଦସ୍ୟମାନେ ରୋଗୀମାନଙ୍କୁ ଉପଯୁକ୍ତ ଜୀବନଶୈଳୀ ଓ ସ୍ୱଚ୍ଛତା ବିଷୟରେ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ପକ୍ଷରୁ ୨୦୦ରୁ ଅଧିକ କୁଷ୍ଠ ରୋଗୀଙ୍କୁ ମଲ୍ଟି ଭିଟାମିନ୍, ଫଳ, ବିସ୍କୁଟ୍ ଓ ଡ୍ରାୟଫୁଡ୍ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏଠାରେ ଫାଉଣ୍ଡେସନର ସଦସ୍ୟମାନେ କୁଷ୍ଠ ରୋଗୀଙ୍କ ସହ ସମୟ ବିତାଇଥିଲେ।
ଏହି ବିଶ୍ଵ ସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ଆନନ୍ଦ ମହାପାତ୍ର, ଇଶା ମିଶ୍ର, ସରୋଜ ରାଉଳ, ସମ୍ଭାବୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଫାଉଣ୍ଡେସନର ଅନ୍ୟାନ୍ୟ ସଦସ୍ୟମାନେ ଏଠାରେ ଊପସ୍ଥିତ ଥିଲେ।
ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଜନ ହିତକର ଓ ସମାଜ କଲ୍ୟାଣକାରୀ କାର୍ଯ୍ୟ କରୁଥିବା ଏକ ସଂଗଠନ। ପୁଣେରେ ରହୁଥିବା ଓଡ଼ିଆମାନଙ୍କ ଦ୍ଵାରା ଏହି ସଂଗଠନର ଗଠନ କରଯାଇଥିଲା। ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଜନିତ ସଚେତନତା ଓ ରକ୍ତଦାନ ଭଳି କାର୍ଯ୍ୟରେ ସଂସ୍ଥା ସକ୍ରିୟ ଭୂମିକା ବହନ କରିଆସୁଛି।
ଏବେ ପୁଣେ ସମେତ ଭାରତର ବିଭିନ୍ନ ରାଜ୍ୟରେ ସଂସ୍ଥା କାର୍ଯ୍ୟ କରୁଛି। ସଂସ୍ଥା ପକ୍ଷରୁ ଓଡ଼ିଶା ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟ କରାଯାଉଛି। ଏହାବ୍ୟତୀତ ସେମାନଙ୍କ ସୁରକ୍ଷା ପାଇଁ ସଂସ୍ଥା ଅନେକ ପଦକ୍ଷେପ ନେଉଛି।
Tags: #SpreadHappinessFoundation #OdiaSangathan #WorldhealthDay #Pune