ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ପୁଣେରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆନନ୍ଦ ଉତ୍ସାହର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରବାସୀ ଓଡ଼ିଆ ସଂଗଠନ ‘ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ’ ତରଫରୁ ଭକ୍ତମାନଙ୍କ ବିଭିନ୍ନ ପ୍ରକାର ସେବା କରଯାଇଥିଲା। ଫାଉଣ୍ଡେସନର ସଦସ୍ୟମାନେ ରଥଯାତ୍ରାରେ ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଭକ୍ତମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଥିଲେ।

ଏହି ରଥଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ସାମିଲ ହୋଇଥିଲେ। ଏଠାରେ ହେଉଥିବା ପ୍ରବଳ ଖରାକୁ ଖାତିର ନକରି ଭକ୍ତମାନେ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଫାଉଣ୍ଡେସନର ସଦସ୍ୟମାନେ ଭକ୍ତମାନଙ୍କ ଉପରକୁ ଜଳ ସିଞ୍ଚନ କରିବା ସହ ସେମାନଙ୍କୁ ପାଣି ପିଇବାକୁ ଦେଇଥିଲେ। ଏହା ସେମାନଙ୍କୁ ଆତ୍ମସନ୍ତୋଷର ସହ ରଥଯାତ୍ରାର ଆନନ୍ଦ ନେବାରେ ସହାୟତା କରିଥିଲା।

 

ସେହିପରି ରଥଯାତ୍ରା ସମୟରେ ସ୍ଵଚ୍ଛତାକୁ ଦୃଷ୍ଟିରେ ଭକ୍ତମାନେ ବ୍ୟବହାର କରିଥିବା ପ୍ଲାଷ୍ଟିକ ପାଣି ବୋତଲକୁ ଫାଉଣ୍ଡେସନର ସଦସ୍ୟମାନେ ସଂଗ୍ରହକରି ରିସାଇକେଲ ପାଇଁ ଗଚ୍ଛିତକରି ରଖିଥିଲେ। ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏହି ଯାତ୍ରାରେ ସ୍ୱଚ୍ଛତାର ସମ୍ପୂର୍ଣ୍ଣଭାବରେ ତଦାରଖ କରଯାଇଥିଲା।

ଏହି ରଥଯାତ୍ରାରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନର ସମ୍ପାଦକ ଆନନ୍ଦ ମହାପାତ୍ର, ଉପସଭାପତି ବୈଜୟନ୍ତୀ ବାରିକ, ସ୍ୱେଚ୍ଛାସେବୀ ଅକ୍ଷୟ ଜେନା, ସତ୍ୟପ୍ରକାଶ ଦାସ, ଶ୍ରୀକାନ୍ତ ପରିଡ଼ା ପ୍ରମୁଖ ସଦସ୍ୟ ଏହି ପାଣି ବଣ୍ଟନ ଓ ସଫାଇ କାର୍ଯ୍ୟରେ ସହଯୋଗ କରିଥିଲେ। ଏହାଛଡ଼ା ଫାଉଣ୍ଡେସନର ଅନ୍ୟ ସଦସ୍ୟମାନେ ଭକ୍ତଙ୍କୁ ବିଭିନ୍ନ ପ୍ରକାରର ସହାୟତା କରିଥିଲେ।

Tags: #SpreadhappinessFoundation #PuneRathaJatra #WaterDistribution #CleanlinessDrive

 

Comment