ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ ଏନଜିଓ ପକ୍ଷରୁ ଶନିବାର ବିଶ୍ଵ ପରିବେଶ ଦିବସ ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଦଦରାଲୁଣ୍ଡା ପଞ୍ଚାୟତର ପଇତା ଗାଁରେ ଉଭୟ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ସହ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଏଥିରେ ସ୍ଥାନୀୟ ବନ ସଂରକ୍ଷଣ ସମିତିର ସଭାପତି ପ୍ରସନ୍ନ କୁମାର ମିଶ୍ର ଏବଂ ଗ୍ରାମବାସୀମାନେ ବନ ବିଭାଗ ତରଫରୁ ମିଳିଥିବା ଚାରା ରୋପଣ କରି ଆଗାମୀ ଦିନରେ ସେଗୁଡିକର ସୁରକ୍ଷା ପାଇଁ ଶପଥ ନେଇଥିଲେ।ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଓଡିଶା କୋଅଡିନେଟର ତ୍ରିନାଥ ବେହେରା, ସମାଜସେବୀ ଅଖିଳ କୁମାର ଜେନା, ବଦ୍ରିନାଥ ପାତ୍ର, କରନ ମୋଟର ସିଇଓ ସୁନୀଲ କୁମାର କର, ଅସୀମ ରାଓ, ସ୍ଵାତୀ ଅନୁଷ୍ଠାନର ସଂପାଦକ ଆଶୁତୋଷ ଭୋଇ, ପଙ୍କଜିନୀ ଭଦ୍ରା, ଫରେଷ୍ଟର ରାମେଶ୍ଵରୀ ସାହୁ, ଫରେଷ୍ଟ ଗାର୍ଡ ବୁଲୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କୁ ବୃକ୍ଷର ଆବଶ୍ୟକତା, ଜଙ୍ଗଲ ନଷ୍ଟ ନ କରି ଏହାର କିପରି ଯତ୍ନ ନେବା ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତିରେ ଅମ୍ଳଜାନ ଅଭାବ ମେଣ୍ଟାଇବାରେ ବୃକ୍ଷର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆଲୋଚନା କରିଥିଲେ।ଏହି ଅବସରରେ କୋଭିଡ ମହାମାରୀରୁ ରକ୍ଷା ପାଇବାକୁ ହେଲେ ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ସହ ଡବଲ ମାସ୍କର ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ନମିତା ସେଠୀ, ଫରେଷ୍ଟ ମୋବାଇଲ ୟୁନିଟ କୋଅଡିନେଟର ସୁନିଲ ପଣ୍ଡା, ମଧୁସୂଦନ ସ୍ଵାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comment