ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ମିଂହାମ୍‌ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ।

ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କାହିଁକି ନାଁ, ଆଜିର ମ୍ୟାଚ୍‌ରେ ଜିତିଲେ ସେମିଫାଇନାଲ ପ୍ରବେଶ କରିବ ଭାରତ।

ବର୍ମିଂହାମ୍‌ରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଉଭୟ ଟିମ୍‌ କେହି କାହାଠୁ କମ୍‌ ନୁହନ୍ତି। ଚଳିତ ବିଶ୍ୱକପରେ ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ବାହିନୀ ଦମ୍‌ଦାର ଫର୍ମରେ ଅଛନ୍ତି। ଭାରତକୁ ଟକ୍କର ଦେଇ ସେମିଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଇଂଲଣ୍ଡ ଖେଳିବ। ଅନ୍ୟପକ୍ଷରେ ବିରାଟ ବାହିନୀ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ରେ ହାରି ନାହିଁ। ବିଜୟଧାରାକୁ ବଜାୟ ରଖି ଭାରତ ଆଜି ଇଂଲଣ୍ଡ ଜୟ କରିବା ଲକ୍ଷ ନେଇ ଖେଳିବ।

ଚଳିତ ବିଶ୍ଵକପରେ ଏପର୍ଯ୍ୟନ୍ତ ଇଂଲଣ୍ଡ ୭ଟି ମ୍ୟାଚ ଖେଳି ୪ଟି ବିଜୟ ହୋଇଥିବା ବେଳେ ୩ଟି ପରାଜୟ ହୋଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ସେହିପରି ଭାରତ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ  ଓ ଗୋଟିଏ ବାତିଲ ବଳରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଆଜିର ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଭାରତ ନୂଆ ଅରେଞ୍ଜ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। କମଳା ରଙ୍ଗରେ ଝଲସିଆ ପୁରା ବର୍ମିଂହାମ୍‌ ଷ୍ଟାଡିୟମ।

Comment