ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍‌। ଇତିହାସରେ ପ୍ରଥମଥର ଭାରତ ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ।

ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଭାରତ କମଳା ରଙ୍ଗ(ଅରେଞ୍ଜ) ଜର୍ସିରେ ପଡ଼ିଆକୁ ଓହ୍ଲାଇବ।

ସାରା ବିଶ୍ୱକପ୍‌ର ନଜର ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପରେ ରହିବ। ବିଶେଷ କରି ପାକିସ୍ତାନ ଖେଳାଳି ତଥା ଫ୍ୟାନମାନଙ୍କ ନଜର ଆଜିର ମ୍ୟାଚ୍‌ ଉପରେ ରହିବ। କାହିଁକି ନାଁ, ଆଜି ମ୍ୟାଚ୍‌ରେ ଭାରତର ବିଜୟ ହିଁ ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ସୃଷ୍ଟି କରିବ। ନଚେତ୍‌ ପାକିସ୍ତାନର ସେମିଫାଇନାଲ ଆଶା ଧୂଳିସାତ ହୋଇଯିବ। ତେଣୁ ଆଜି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନ ଚାହିଁବ, ଭାରତ ଜିତୁ।

ଚଳିତ ବିଶ୍ଵକପରେ ଇଂଲଣ୍ଡ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୪ଟି ବିଜୟ ହୋଇଥିବା ବେଳେ ୩ଟି ପରାଜୟ ହୋଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ସେହିପରି ଭାରତ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ  ଓ ଗୋଟିଏ ବାତିଲ ବଳରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ତେବେ ଆଜିର ମ୍ୟାଚ୍‌ରେ ଭାରତର ବିଜୟ ପାକିସ୍ତାନର ସେମିଫାଇନାଲ ବାଟ ଖୋଲିବ।

Comment