ଓଡ଼ିଶାଲାଇଭ ବ୍ୟୁରୋ

ମାଲକାନଗିରିରେ ମାତିଛନ୍ତି ମାଓବାଦୀ। ପୋଲିସ ଇନଫରମର ସନ୍ଦେହରେ ଦୁଇ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଦୁଇ ଅପହୃତ ହେଲେ କୁକୁରଗଣ୍ଡ ଗାଁର କୋବାସି ଓ ଉଙ୍ଗା କାଲାମାଳି।

ସୂଚନା ମୁତାବକ, ଶୁକ୍ରବାର ରାତିରେ ଏକାଧିକ ମାଓବାଦୀ ଦୁଇ ଜଣଙ୍କୁ ଡାକି ନେଇଥିଲେ। ଏହାପରେ ସେ ଦୁଇ ଜଣଙ୍କୁ ଛାଡ଼ି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଏହାପୂର୍ବରୁ ମଧ୍ୟ ଜଣଙ୍କୁ ଅପହରଣ କରି ନେଇଥିଲେ। ମାତ୍ର ତାଙ୍କୁ କିଛି ସମୟ ପରେ ଛାଡ଼ି ଦେଇଥିଲେ। ଘଟଣାର ଖବର ପାଇ ପୋଲିସ ଅନୁଧ୍ୟାନ ଆରମ୍ଭ ହୋଇଛି।

Comment