ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଶୁଣାଣି ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ହୋଇପାରିଲା ନାହିଁ। ଜାମିନ ଆବେଦନ ଶୁଣାଣି ଜୁଲାଇ ୫କୁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ।

ଏହାସହ ଜୁନିୟର ଇଞ୍ଜିନିଅର ଜୟକାନ୍ତ ଶବର ଏବଂ ତାଙ୍କ ସ୍ତ୍ରୀ ସତ୍ୟପାଠ ଦାଖଲ ପାଇଁ କୋର୍ଟରେ ସମୟ ମାଗିଛନ୍ତି। ତେବେ ବିଧାୟକ କେଉଁଠି ଚିକିତ୍ସିତ ହେବେ ତାହା ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି କୋର୍ଟ।

ପିଡବ୍ଲ୍ୟୁଡି ଇଞ୍ଜିନୟର ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ୧୦୦ ଥର ଉଠ୍‌ବସ୍‌ କରି ଅଡୁଆରେ ପଡ଼ିଥିଲେ ପାଟଣାଗଡ଼ ବିଧାୟକ। ବିଧାୟକଙ୍କ ନାଁରେ ଜେଇଙ୍କ ସ୍ତ୍ରୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲୋ

ଏତଲା ଦେବାର ୧୮ ଦିନ ପରେ ବିଧାୟକ ଗିରଫ ହୋଇଥିଲେ। ବଲାଙ୍ଗିର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ଜେଲରେ ମାତ୍ର ଗୋଟିଏ ରାତି ରହିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ବିଧାୟକଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଆସୁଥିବା ମାମଲାର ବିଚାର ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ନିଯୁକ୍ତ ହୋଇଛନ୍ତି।

Comment