ଓଡ଼ିଶାଲାଇଭ ବ୍ୟୁରୋ

ଗତକାଲି ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ୩ ତାରିଖ ଯାଏଁ ବର୍ଷା ଲାଗି ରହିବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ଆଜିପାଇଁ ୮ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, ବରଗଡ଼,  ଝାରସୁଗୁଡ଼ା, ସୁନ୍ଦରଗଡ଼, ଢ଼େଙ୍କାନାଳ।

ବର୍ଷାକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଗତକାଲିଠୁ କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ପାଣି ଜମି ରହିଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି।

Comment