ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ସମୟରେ ରେଳଯାତ୍ରା ସମ୍ପର୍କିତ ସମସ୍ତ ବିଷୟରେ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ECoR Yatra ନାମରେ ଏକ ମୋବାଇଲ୍ ଆପର ବ୍ୟବସ୍ଥା କରିଛି। ଏହି ଆପ୍ ଜରିଆରେ ରେଳଯାତ୍ରା ବିଷୟରେ ଯାତ୍ରୀମାନେ ସୂଚନା ପାଇପାରିବେ। ନିଜ ମୋବାଇଲର ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଟିକୁ ଡାଉନଲୋଡ୍ କରି ଯାତ୍ରୀମାନେ ସମସ୍ତ ସୁବିଧା ବିଷୟରେ ଜାଣିପାରିବେ।

ଏହି ଆପରେ ସ୍ୱତନ୍ତ୍ର ଭାବେ ଚଳାଚଳ କରୁଥିବା ୧୯୬ଟି ଟ୍ରେନ୍ ସହ ନିୟମିତ ଯାତାୟାତ କରୁଥିବା ଟ୍ରେନର ଚଳାଚଳ ବିବରଣୀ ଉପଲବ୍ଧ ରହିବ। ଏଥିସହ ଲଜିଂ ବ୍ୟବସ୍ଥାର ସୂଚନା, ପୁରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ବିଷୟରେ ମଧ୍ୟ ଏହି ଆପ ମାଧ୍ୟମରେ ଜାଣିପାରିବେ। ଏହାସହ ଟ୍ରେନ ସିଟର ଉପଲବ୍ଧତା, ଭଡ଼ା ବିବରଣୀ, ପିଇବା ପାଣି, କ୍ୟାଟରିଂ, ଦିବ୍ୟାଙ୍ଗଙ୍କ ପାଇଁ ପ୍ଲାଟଫର୍ମରେ ହୁଇଲ୍ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରୀ ଚାଳିତ ଯାନ ଓ ଷ୍ଟେସନରେ ମାଗଣା ଓ୍ୱାଇଫାଇ ଆଦି ସୁବିଧା ଏହି ଆପରେ ଉପଲବ୍ଧ ଅଛି।

ଏଥିସହ ରଥ ଯାତ୍ରା ସମୟରେ ଯାତ୍ରୀମାନେ କ’ଣ କରିବେ ଆଉ କ’ଣ ନ କରିବେ ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ସହାୟତା ଏବଂ ବିଭିନ୍ନ ହେଲ୍ପ ଲାଇନର ନମ୍ବର ଏହି ଆପରେ ତୀର୍ଥଯାତ୍ରୀମାନେ ପାଇପାରିବେ।

ଏଥିସହ ରଥଯାତ୍ରା ଉପରେ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମଧ୍ୟ ଲୋକମାନେ ଜାଣିପାରିବେ।

ଏହି ଆପକୁ ଡାଉନଲୋଡ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ:

https://play.google.com/store/apps/details?id=com.addsoft.rathyatra&hl=en_IN

Comment