ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ବିଶ୍ୱକପରେ ଭାରତ ଇଂଲଣ୍ଡଠାରୁ ହାରିଯିବା ପରେ ପାକିସ୍ତାନ ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେଇଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଅସଲି କଥା ହେଲା ବର୍ତ୍ତମାନ ମଧ୍ୟ ପାକିସ୍ତାନ ପାଇଁ ସେମିଫାଇନାଲର ଦ୍ୱାର ଖୋଲା ଅଛି। ଯଦି ପାକିସ୍ତାନ ତା’ର ଆଗାମୀ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରେ ଏବଂ ଇଂଲଣ୍ଡ ଯଦି ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୁଏ ତେବେ ପାକିସ୍ତାନ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିବ।

ବର୍ତ୍ତମାନ ପାକିସ୍ତାନ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଅଛି। ଯଦି ପାକିସ୍ତାନ ବାଂଲାଦେଶ ବିପକ୍ଷରେ ବିଜୟୀ ହୁଏ ତେବେ ପାକିସ୍ତାନ ୨ ପଏଣ୍ଟ ପାଇ ୧୧ ପଏଣ୍ଟରେ ପହଞ୍ଚିବ। ବର୍ତ୍ତମାନ ଇଂଲଣ୍ଡ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଅଛି। ଏବଂ ଯଦି ଇଂଲଣ୍ଡ ତା’ର ଆଗାମୀ ମ୍ୟାଚରେ  ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୁଏ ତେବେ ଇଂଲଣ୍ଡ ସେହି ୧୦ ପଏଣ୍ଟରେ ହିଁ ରହିଯିବ।

ଏଥିସହ ପାକିସ୍ତାନ ୧୧ ପଏଣ୍ଟ ପାଇ ସେମିଫାଇନାଲ ପାଇଁ ଟିକେଟ ପକ୍କା କରିବ। ବର୍ତ୍ତମାନ ସୁଦ୍ଧା ବିଶ୍ୱକପ ସେମିଫାଇନାଲ ପାଇଁ ଅଷ୍ଟ୍ରେଲିଆ ଯୋଗ୍ୟ ହୋଇସାରିଥିବା ବେଳେ, ଭାରତ ଓ ନ୍ୟୁଜିଲାଣ୍ଡର ସେମିଫାଇନାଲ ସ୍ଥାନ ସୁରକ୍ଷିତ ଅଛି। ତେବେ ଚତୁର୍ଥ ଦଳ ଭାବେ କେଉଁ ଦଳ ସେମିଫାଇନାଲ ଖେଳିବ ତାକୁ ନେଇ ଚାଲିଛି ଜୋରଦାର୍ ଲଢେଇ।

Comment