ଓଡ଼ିଶାଲାଇଭ ବ୍ୟୁରୋ

ଆଜି ନବୀନ ନିବାସରେ ବସିବ ବିଜେଡି ବିଧାୟକ ବୈଠକ। ଏହି ବୈଠକରେ ଆଗାମୀ ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇପାରେ।

ବୈଠକରେ ନବୀନ ବିଧାୟକଙ୍କୁ କେଉଁ ମନ୍ତ୍ରୀ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବୈଠକରେ ପୌର ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନ ନେଇ ମଧ୍ୟ ଆଲୋଚନା ହୋଇପାରେ।

ଦଳର ସମସ୍ତ ପୁରୁଣା ଏବଂ ନୂଆ ବିଧାୟକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ। ବିଧାୟକଙ୍କ ଆଚରଣ ଏବଂ ଶୃଙ୍ଖଳାକୁ ନେଇ ନବୀନ ସେମାନଙ୍କୁ କିଛି ମନ୍ତ୍ର ଦେଇପାରନ୍ତି।

Comment