ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ପାଇଁ ପୁଣି ଚିନ୍ତା ବଢ଼ିଲା। ଭାରତୀୟ ଦଳ ସଦାସର୍ବଦା ସ୍ପିନ୍ ବିପକ୍ଷରେ ଭଲ ଖେଳିଥାଏ ବୋଲି ସମସ୍ତେ କହି ଆସିଛନ୍ତି। କିନ୍ତୁ ଚଳିତ ବିଶ୍ୱକପ୍‌ରେ ଭାରତର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସ୍ପିନ୍ ବୋଲିଂ ବିପକ୍ଷରେ ବିଫଳ ହେବା କଥା କହିଛନ୍ତି ସଞ୍ଜୟ ମଞ୍ଜରେକର।

ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ମ୍ୟାଚ୍ ପୂର୍ବରୁ ଧୋନି ସ୍ପିନ୍ ବିପକ୍ଷରେ ମୋଟ୍ ୮୭ ବଲ୍ ଖେଳି ମାତ୍ର ୪୧ ରନ୍ କରିଛନ୍ତି। କିନ୍ତୁ ୱାର୍ମ ଅପ୍ ମ୍ୟାଚ୍ ସମୟରେ ଧୋନି ସ୍ପିନ୍ ବିରୁଦ୍ଧରେ ୫୬ ବଲ୍‌ରୁ ୬୯ରନ୍ କରିଥିଲେ। ଧୋନି ବଡ଼ ମ୍ୟାଚ୍‌ରେ ୱିକେଟ୍ ପ୍ରତି ଅତ୍ୟଧିକ ରକ୍ଷଣଶୀଳ ହେଉଥିବା କହିଛନ୍ତି ମଞ୍ଜରେକର।

ମଙ୍ଗଳବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଧୋନି ୩୩ବଲରୁ ୩୫ ରନ୍ କରିଥିଲେ। କିନ୍ତୁ ଶେଷ ଓଭରରେ ୩ବଲ୍ ଖେଳି ବିନା ରନରେ ଆଉଟ୍ ହୋଇଥିଲେ ଧୋନି। ଭାରତୀୟ କ୍ରିକେଟ୍ ପାଇଁ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ମଞ୍ଜରେକର।

Comment