ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱକପରେ ମଙ୍ଗଳବାର ଭାରତ ଓ ବାଂଲାଦେଶ ମ୍ୟାଚ ବେଶ୍ ରୋଚକପୂର୍ଣ୍ଣ ଥିଲା। ଏଥିରେ ଭାରତ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା ବେଳେ ଏଥିରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲିଟି ଥିଲେ ଭାରତର ୮୭ ବର୍ଷୀୟା ପ୍ରଂଶସକ। ଏହି ବୃଦ୍ଧା ଜଣକ ହେଲେ ଚାରୁଲତା ପଟେଲ।

ମଙ୍ଗଳବାର ମ୍ୟାଚ୍ ସମୟରେ ହାତରେ ତ୍ରିରଙ୍ଗା ପତାକା ଏବଂ ଲମ୍ବା ତୂରୀ ସହ ଭାରତୀୟ ଟିମ୍ କୁ ଚିଅର୍ କରୁଥିଲେ ଚାରୁଲତା। ଭାରତର ବ୍ୟାଟିଂ ବେଳେ ସମସ୍ତ ଚୌକା, ଛକା ଓ ଶତକ ବେଳେ ସାଥୀ ପ୍ରଶଂସକଙ୍କ ସହ ଜୋରଦାର ସେଲିବ୍ରେସନ୍ କରୁଥିଲେ ଚାରୁଲତା। ବୟସ ଅଧିକ ଯୋଗୁଁ ହ୍ୱିଲ୍ ଚେୟାରରେ ବସି ଖୁସି ମନାଉଥିଲେ ସେ।

ମ୍ୟାଚ୍ ଶେଷ ପରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ଆସି ଚାରୁଲତାଙ୍କୁ ଦେଖାକରିଥିଲେ। ଚାରୁଲତା ଉଭୟଙ୍କ ମୁଣ୍ଡ ଆଉଁସି ଆର୍ଶୀବାଦ ଦେବା ସହ ଗାଲରେ ଗେଲ କରିଥିଲେ। ଏହି ମୁହୂର୍ତ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏହି ପ୍ରଂଶସକଙ୍କୁ ଭେଟିବା ପରେ କୋହଲି ଓ ରୋହିତ ଶର୍ମା ମଧ୍ୟ ବେଶ ଖୁସି ହୋଇଥିଲେ।

Comment