ଓଡ଼ିଶାଲାଇଭ ବ୍ୟୁରୋbudget

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ସଂସଦରେ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ରିପୋର୍ଟ ଉପସ୍ଥାପନ କରିବେ। ଅର୍ଥ ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ପ୍ରତିଥର ଏହି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ଏଥର ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

କେ ସୁବ୍ରମଣ୍ୟମଙ୍କ ପୂର୍ବରୁ ଏହି ପଦରେ ଅରବିନ୍ଦ ସୁବ୍ରମଣ୍ୟମ ରହିଥିଲେ। ସେ ପଦ ଛାଡ଼ିବା ପରେ ଗତ ବର୍ଷ ସେପ୍ଟେମ୍ବରରେ କେ ସୁବ୍ରମଣ୍ୟମଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିଲା।

ଆଜି ଉପସ୍ଥାପନ ହେବାକୁ ଥିବା ଏହି ରିପୋର୍ଟରେ ଗତ ବର୍ଷର ରିପୋର୍ଟ କାର୍ଡ ରହିଛି। ଏହି ସହିତ ଆଗମୀ ଆର୍ଥିକ ବର୍ଷ ପାଇଁ ଯୋଜନା ମଧ୍ୟ ରହିଥାଏ। ଏଥର ଏହି ରିପୋର୍ଟରେ ଖାସ କରି କୃଷି, ଚାକିରି, ନିଯୁକ୍ତିକୁ ଆଦି ପ୍ରମୁଖ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥାଇ ପାରେ। ଏହି ରିପୋର୍ଟ ଜରିଆରେ ଦେଶର ଆର୍ଥିକ ଅବସ୍ଥାର ଚିତ୍ର ସ୍ପଷ୍ଟ ହୋଇଥାଏ।

ଶୁକ୍ରବାର ସଂସଦରେ ବଜେଟ ଉପସ୍ଥାପନ ହେବ। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଚଳିତ ବର୍ଷ ଫେବ୍ରୁଆରି ୧ରେ ତତକାଳୀନ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ।

Comment