ଓଡ଼ିଶାଲାଇଭ୍‌ ବ୍ୟୁରୋ

Imam-ul-haq falls to his knees in prayer after reaching a century

ସେମିଫାଇନାଲ ପାଇଁ ୪ଟି ଦଳ ଚୂଡ଼ାନ୍ତ, ପାକିସ୍ତାନ ବିଶ୍ୱକପ୍‌ରୁ ଆଉଟ୍‌।

ବିଶ୍ୱକପ୍‌ରୁ ବାଦ ପଡ଼ଲା ପାକିସ୍ତାନ। ଆଇସିସି ବିଶ୍ଵକପର ୪୩ତମ ମ୍ୟାଚ ଆଜି ଲଣ୍ଡନରେ ପାକିସ୍ତାନ–ବାଂଲାଦେଶ ମୁହାଁମୁହିଁ ହୋଇଥିଲେ। ବାଂଲାଦେଶ ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା ବେଳେ ଆଜି ପାକିସ୍ତାନର ଭାଗ୍ୟ ପରୀକ୍ଷା ଥିଲା। ତେବେ ବାଂଲାଦେଶ ୮ ରନ୍‌ କରିବା ମାତ୍ରେ ବିଶ୍ୱକପରୁ ବାଦ ପଡ଼ିଲା ପାକିସ୍ତାନ।

ସେମିଫାଇନାଲରେ ସୁଯୋଗ ପାଇବା ପାଇଁ ବାଂଲାଦେଶକୁ ପାକିସ୍ତାନ ୮ରନ୍‌ରେ ଅଲ୍‌ଆଉଟ୍‌ କରିବାର ଥିଲା। ତେବେ ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ପାକିସ୍ତାନ ୩୧୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୨୨୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏଥିସହିତ ଆଜିର ମ୍ୟାଚ୍‌ରେ ଜିତିଥିଲେ ମଧ୍ୟ ପାକିସ୍ତାନ ବିଶ୍ୱକପ୍‌ରୁ ବାହାର ହୋଇଛି।

ବର୍ତ୍ତମାନ ବିଶ୍ୱକପ୍‌ ସେମିଫାଇନାଲ ପାଇଁ ୪ଟି ଦଳ ଚୂଡ଼ାନ୍ତ ହୋଇଛି। କ୍ଷଟି ଦଳ ମଧ୍ୟରେ ରହିଚି ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ। ଗତକାଲି ଭାରତ ଭେଟିବ ଶ୍ରୀଲଙ୍କାକୁ। ଏହା ପରେ ଜୁଲାଇ ୯ରୁ ଭାରତର ସେମିଫାଇନାଲ ଅଭିଯାନ ଆରମ୍ଭ ହେବ।

Comment