ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟେକ ମା’ ତାଙ୍କ ଶିଶୁଙ୍କୁ ବ୍ୟାକ୍ଟେରିଆ, ଜୀବାଣୁଠାରୁ ଦୂରରେ ରଖିବାକୁ ଚାହାଁନ୍ତି। ଏଥିପାଇଁ ଅଧିକାଂଶ ଲୋକ ପିଲାମାନଙ୍କୁ ଜୀବାଣୁ ମୁକ୍ତ କରିବା ପାଇଁ ହାଣ୍ଡ ସାନିଟାଇଜର୍‌ ବ୍ୟବହାର କରିଥା’ନ୍ତି। କିନ୍ତୁ ବାରମ୍ବାର ଶିଶୁଙ୍କ ଖେଳନା ବା ଶିଶୁଙ୍କ ହାତରେ ସାନିଟାଇଜର୍‌ ଉପଯୋଗ କରିବା ଅନୁଚିତ୍‌।

ହାଣ୍ଡ ସାନିଟାଇଜରରେ ଆଲକହଲ ଥାଏ। ଯାହା ବ୍ୟାକ୍ଟେରିଆ ମାରିବାରେ ସହାୟକ ହୋଇଥାଏ। ବେଳେ ବେଳେ ଛୋଟ ପିଲାମାନେ ନିଜ ହାତକୁ ପାଟିରେ ପୂରାଇ ଦେଇଥା’ନ୍ତି। ଫଳରେ ଏହା ତାଙ୍କ ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କର ବାନ୍ତି ହୋଇଥାଏ।

ବିଶେଷଜ୍ଞଙ୍କ ମତରେ ଶିଶୁମାନଙ୍କୁ ଆଲକହଲ୍ ଫ୍ରି ସାନିଟାଇଜର ବ୍ୟବହାର କରିବା ଉଚିତ୍।

ସାନିଟାଇଜର୍‌ ବ୍ୟବହାର କଲେ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ପିଲାଙ୍କ ପାଇଁ ଅଳ୍ପ ବହୁତ ବ୍ୟାକ୍ଟେରିଆ ସଂଷ୍ପର୍ଶରେ ଆସିବା ଦରକାର, କାରଣ ଏହାଦ୍ୱାରା ପିଲାମାନେ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବେ ଏବଂ ବାହାର ବ୍ୟାକ୍ଟେରିଆ ସହ ଲଢ଼ିବାରେ ମଧ୍ୟ ସକ୍ଷମ ହେବେ। କିନ୍ତୁ ବାରମ୍ବାର ସାନିଟାଇଜର୍‌ ବ୍ୟବହାର କଲେ ଏହା ଶରୀରରେ ଥିବା ଭଲ ଜୀବାଣୁ ବି ନଷ୍ଟ କରିଦିଏ।

ସାନିଟାଇଜର୍‌ ବ୍ୟବହାର କଲେ ଆଲର୍ଜି ହେବାର ସମ୍ଭାବନା ଥାଏ। ସାନିଟାଇଜର୍‌ରେ ରାସାୟନିକ ଜିନିଷ ସହ ବାସ୍ନାର ବ୍ୟବହାର କରାଯାଏ। ଏହାଦ୍ୱାରା ପିଲାମାନଙ୍କୁ ଆଲର୍ଜି ହୋଇଥାଏ।

ସାନିଟାଇଜର୍‌ର ବ୍ୟବହାର କେତେବେଳେ କରିବେ?

ଯଦି ଆପଣ ପିଲାମାନଙ୍କୁ ନେଇ ବାହାରକୁ ବା ପିକ୍‌ନିକ୍‌ ଯାଇଥା’ନ୍ତି, ସେତେବେଳେ ହାଣ୍ଡ ସାନିଟାଇଜର୍‌ ବ୍ୟବହାର କରିବା ଉଚିତ୍‌।

ଯଦି କୌଣସି ଅସୁସ୍ଥ ଲୋକ ପାଖକୁ ଯାଇଥିବେ ତେବେ ସାନିଟାଇଜର୍‌ ବ୍ୟବହାର କରିବେ।

Comment