ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିବଳୟ ଏବଂ ମୌସୁମୀ ପାଇଁ ଗୁରୁବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ପାଣିପାଗ କେନ୍ଦ୍ରର ଲାଟେଷ୍ଟ ବୁଲେଟିନ୍‌ ମୁତାବିକ, ରାଜ୍ୟର ଅନୁଗୁଳ, ବୌଦ୍ଧ, କଟକ, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ରାତି ସାଢ଼େ ୮ଟା ଯାଏଁ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରେ ରାତି ସାଢ଼େ ୯ଟା ଯାଏଁ ବଜ୍ରପାତ ସହ ଝଡ଼ବର୍ଷା ହେବାର ଆଶଙ୍କା କରାଯାଉଛି।

ଝଡ଼ତୋଫାନ ବେଳେ ଘଣ୍ଟାପ୍ରତି ୩୦ରୁ ୪୦ ବେଗରେ ପବନ ବହିବ। ଏହି ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Comment