ଓଡ଼ିଶାଲାଇଭ ବ୍ୟୁରୋ

‘ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ନିର୍ମାଣ ହେବ ୨୪୫ଟି ମିନିଷ୍ଟାଡିୟମ’ – ବିଧାନସଭାରେ ଏକଥା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।

ବର୍ତ୍ତମାନ ସୁଦ୍ଧା ୧୨୭ଟି ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି। ଏହାସହ ୧୧୮ଟି ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ସଦନରେ ଉତ୍ତର ରଖିଛନ୍ତି ତୁଷାରକାନ୍ତି ବେହେରା।

ରାଜ୍ୟସରକାର ୨୦୧୩-୧୪ରେ କ୍ରୀଡ଼ାର ଉନ୍ନତି ପାଇଁ ପଞ୍ଚାୟତ ଓ ସହରାଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରିଥିଲେ।

ପ୍ରତି ମିନି ଷ୍ଟାଡିୟମ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟବରାଦ କରିଥିଲେ ସରକାର। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ୧୦ ଲକ୍ଷ ଟଙ୍କା ଏନଆରଇଜିଏସ୍‌ ଯୋଜନା, ଏମଏଲଏ ଓ ଏମପି ଲ୍ୟାଡରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଆଣିବା ପାଇଁ ଯୋଜନା ହୋଇଥିଲା।

Comment