ଓଡ଼ିଶାଲାଇଭ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ନେଇ ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଆସିବେ ଶ୍ରୀଜୀଉ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।

‘‘ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ଆମ ରାଜ୍ୟର ପ୍ରଗତି ସହିତ ସମସ୍ତଙ୍କ ଜୀବନ କୁସୁମିତ ହେଉ।’’ ଟୁଇଟରେ ଲେଖିଛନ୍ତି ନବୀନ।

ମଧ୍ୟାହ୍ନ ୧୨ଟାରେ ପହଣ୍ଡି ବିଜେ, ୩ଟା ସୁଦ୍ଧା ଛେରାପହଁରା ହେବ। ତା ପରେ ୪ଟାରେ ରଥଟଣା ହେବ।

ରଥାରୁଢ଼ ଦିଅଁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଭକ୍ତଙ୍କ ଭିଡ଼ ରହିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଆଜି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଆସିବେ।

Comment