ଓଡ଼ିଶାଲାଇଭ୍ ବ୍ୟୁରୋ

(ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି)

ଯଦି ଆପଣ ଶ୍ରୀକ୍ଷେତ୍ର ପୁରୀରୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ ଦେଖିପାରି ନାହାନ୍ତି ବା ସାନି ଦେଖିବାକୁ ଚାହୁଁଛନ୍ତି ତେବେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ କ୍ଲିକ୍ କରନ୍ତୁ।

  • ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍ ପେଜ୍‌ରେ ରହିଛି ଏହି ଭିଡିଓ
  • ପହଣ୍ଡିବିଜେ, ଛେରାପହଁରା, ରଥଟଣା ଓ ଲକ୍ଷ୍ମୀନାରାୟଣ ଭେଟ ଉପରେ ଅଲଗା ଭିଡିଓ
  • ଡିଜିଟାଲ ମିଡିଆ ଦର୍ଶକଙ୍କ ସୁବିଧା ପାଇଁ ଓଡ଼ିଶାଲାଇଭ୍‌ର ଏହି ପଦକ୍ଷେପ

ଭାଇ ଭଉଣୀଙ୍କ ସହ ବାର୍ଷିକ ୯ ଦିନର ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ାରେ ବାହୁଡ଼ି ଆସିଛନ୍ତି ମହାବାହୁ। ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଦିନ ଠାକୁରମାନଙ୍କର ବିଭିନ୍ନ ରୀତିନୀତି ପାଳିତ ହୋଇଥାଏ। ବିଭିନ୍ନ ଟେଲିଭିଜନ୍ ଏବଂ ଡିଜିଟାଲ୍ ମିଡିଆ ମାଧ୍ୟମରେ ଦର୍ଶକମାନେ ମହାପ୍ରଭୁଙ୍କ ଏହି ମାନବୀୟ ଯାତ୍ରା ଦେଖିବାର ସୁଯୋଗ ପାଉଛନ୍ତି। ଓଡ଼ିଶାଲାଇଭ୍ ଡିଜିଟାଲ୍ ମିଡିଆ ବାହୁଡ଼ା ଯାତ୍ରାର ବିଭିନ୍ନ ପ୍ରମୁଖ ଅଂଶର ଭିଡିଓକୁ ହାଇଲାଇଟସ ଆକାରରେ ଦର୍ଶକମାନଙ୍କ ପାଇଁ ଉପସ୍ଥାପନ କରୁଛନ୍ତି।

Bahuda Yatra (Return Chariot Festival of Lord Jagannath) at Puri, Odisha - Rath Yatra 2019

ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଉଭୟ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ପବିତ୍ର ବାହୁଡ଼ା ଯାତ୍ରା ବେଳେ ଶ୍ରୀଜୀଉଙ୍କ ପହଣ୍ଡି ଅଲଗା ଅଲଗା ଭାବେ ଅପଲୋଡ୍ କରାଯାଇଛି। ଦର୍ଶକମାନେ ନିଜ ଇଚ୍ଛା ଅନୁଯାୟୀ ସ୍ମାର୍ଟ ଟିଭି, କମ୍ପ୍ୟୁଟର ବା ମୋବାଇଲ୍ ମାଧ୍ୟମରେ ଏହା ଦେଖିପାରିବେ।

ପହଣ୍ଡିବେଳେ ମଦନମୋହନ ବା ରାମକୃଷ୍ଣ ରଥକୁ ବିଜେ କରିଥାନ୍ତି। ଏହା ରଥଯାତ୍ରାର ଏକ ଅନନ୍ୟ ପରମ୍ପରା। ଏହି ଭିଡିଓ ଟିମ୍ ମଧ୍ୟ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅଲଗା ଅପଲୋଡ୍ କରାଯାଇଛି।

Bahuda Yatra (Return Chariot Festival of Lord Jagannath) at Puri, Odisha - Rath Yatra 2019

ପହଣ୍ଡି ପରେ ପରେ ହୁଏ ପବିତ୍ର ଛେରାପହଁରା ନୀତି। ଗଜପତି ଦିବ୍ୟସିଂହ ଦେବ ତାମଜାନିରେ ଆସି ତିନି ରଥରେ ଛେରା ପହଁରା କରିଥାନ୍ତି। ଚନ୍ଦନ, ଫୁଲ ଏବଂ ପାଣିକୁ ମିଶାଇ ପ୍ରସ୍ତୁତ ଛେରାକୁ ଗୋଟିଏ ପରେ ଗୋଟିଏ ରଥରେ ଛିଞ୍ଚି ଗଜପତି ସୁବର୍ଣ୍ଣ ଝାଡୁରେ ରଥ ପହଁରିଥାନ୍ତି। ବଳଦେବଙ୍କ ତାଳଧ୍ଵଜ, ସୁଭଦ୍ରାଙ୍କ ଦେବଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରୁଥିବାର ଭିଡିଓ ଆପଣମାନେ ଦେଖିପାରିବେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ।

Bahuda Yatra (Return Chariot Festival of Lord Jagannath) at Puri, Odisha - Rath Yatra 2019ଛେରାପହଁରା ପରେ ରଥଟଣା। ପ୍ରଥମେ ବଳଦେବ, ତା’ ପରେ ସୁଭଦ୍ରା ଏବଂ ଶେଷରେ ଗଡ଼େ ଜଗନ୍ନାଥଙ୍କ ରଥ। ରଥଯାତ୍ରା ସମୟରେ ଭକ୍ତଙ୍କର ସବୁଠାରୁ ବଡ଼ ଉତ୍କଣ୍ଠାର ମୁହୂର୍ତ୍ତ ଏହି ରଥଟଣା। ତିନି ରଥକୁ ଭକ୍ତମାନେ ଆଗ ପଛ କରି ଶ୍ରଦ୍ଧାର ସହ ଶରଧାବାଲିରୁ ସିଂହଦ୍ଵାର ପର୍ଯ୍ୟନ୍ତ ଟାଣି ନେଇଥାନ୍ତି। ଦର୍ଶକଙ୍କ ସୁବିଧା ପାଇଁ ରଥଟଣା ସମୟର ଭିଡିଓ ଅଲଗା ଭାବେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରାଯାଇଛି।

Bahuda Yatra (Return Chariot Festival of Lord Jagannath) at Puri, Odisha - Rath Yatra 2019

ରଥଟଣା ବେଳେ ତାଳଧ୍ଵଜ ଓ ଦେବଦଳନ ରଥ ସିଂହଦ୍ଵାର ଚକଡ଼ାରେ ପହଞ୍ଚିଯାନ୍ତି। ତେବେ ଶ୍ରୀଜଗନ୍ନାଥଙ୍କ ରଥ ଶ୍ରୀନଅର ପାଖରେ କିଛି କ୍ଷଣ ଅଟକିଥାଏ। କାରଣ ଏଇଠି ପାଳିତ ହୁଏ ଏକ ଅନନ୍ୟ ପରମ୍ପରା। ବଡ଼ ଦେଉଳରୁ ମା’ ଲକ୍ଷ୍ମୀ ବଡ଼ଦାଣ୍ଡକୁ ବିଜେ କରନ୍ତି। ମା’ଲକ୍ଷ୍ମୀଙ୍କୁ ଆଦ୍ୟ ସେବକ ଗଜପତି ଜଗନ୍ନାଥଙ୍କ ସହ ଏଇଠି ଭେଟ କରାଇଥାନ୍ତି। ଏହାକୁ କୁହାଯାଏ ଲକ୍ଷ୍ମୀ ନାରାୟଣ ଭେଟ। ଏହି ଅନନ୍ୟ ପରମ୍ପରା ଉପରେ ଘୋଷକମାନଙ୍କ ବିସ୍ତୃତ ବର୍ଣ୍ଣନା ସହ ଭିଡିଓ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦର୍ଶକମାନଙ୍କ ପାଇଁ ମହଜୁଦ ରହିଛି।

Bahuda Yatra (Return Chariot Festival of Lord Jagannath) at Puri, Odisha - Rath Yatra 2019ଗତ ୫ ବର୍ଷ ଧରି ଓଡ଼ିଶାଲାଇଭ୍ ୱେବ ଚ୍ୟାନେଲ୍ ଓଡ଼ିଶାର ପ୍ରଥମ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବେ ରଥଯାତ୍ରାର ସବୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଆସୁଛି। ଦେଶ ବିଦେଶର ଲକ୍ଷ ଲକ୍ଷ ଦର୍ଶକ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍, ଫେସ୍‌ବୁକ୍ ଏବଂ ନ୍ୟୁଜ୍ ପୋର୍ଟାଲ୍ ମାଧ୍ୟମରେ ପବିତ୍ର ରଥଯାତ୍ରାର ଲାଇଭ୍ ଭିଡିଓ ଦେଖିବାର ସୁଯୋଗ ପାଉଛନ୍ତି। ତେବେ ଡିଜିଟାଲ୍ ମିଡିଆର ଦର୍ଶକମାନଙ୍କ ସୁବିଧା ପାଇଁ ରଥଯାତ୍ରାର ବିଭିନ୍ନ ଦିଗ ବା ଆକର୍ଷଣକୁ ଓଡ଼ିଶାଲାଇଭ୍ ପକ୍ଷରୁ ଅଲଗା ଭାବେ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯାଉଛି। ଏହାଫଳରେ ଦର୍ଶକମାନେ ଯେକୌଣସି ସମୟରେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ କିମ୍ବା ଫେସ୍‌ବୁକ୍‌ରେ ବିଭିନ୍ନ ବିଷୟ ସର୍ଚ୍ଚ କରି ରଥଯାତ୍ରା ଉପରେ ଆଧାରିତ ଭିଡିଓଗୁଡ଼ିକୁ ଦେଖିପାରିବେ।

Comment