ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵର ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକ ଉପରେ ବହୁ ମୂଲ୍ୟର ଜରିମାନା ଲାଗୁ ହୋଇଛି। ଏହି ଜରିମାନାର ମୂଲ୍ୟ ୫ ବିଲିୟନ ଡଲାର। ଫେସବୁକ ଉପରେ ଲାଗିଥିବା ଏହି ଜରିମାନାକୁ ଆମେରିକାର ଫେଡେରାଲ ଟ୍ରେଡ କମିସନ ବା ଏଫଟିସି ମଞ୍ଜୁର ଦେଇଛନ୍ତି।

ଗୋପନୀୟତା ଉଲ୍ଲଘଂନ ଏବଂ ଡାଟାର ଭୁଲ ବ୍ୟବହାର ପାଇଁ ଫେସବୁକ ଉପରେ ଏହି ଜରିମାନା ଲାଗୁ ହୋଇଛି। କୌଣସି କମ୍ପାନୀ ଉପରେ ଆମେରିକା ଟ୍ରେଡ କମିସନର ଏହା ସବୁଠାରୁ ବଡ଼ ଜରିମାନା।

ପୂର୍ବରୁ ୨୦୧୨ରେ ଫେଡେରାଲ ଟ୍ରେଡ କମିସନ ଗୁଗୁଲ ଉପରେ ୨୨ ନିୟୁତ ଡଲାର ଜରିମାନ ଲାଗୁ କରିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟ ମାମଲା ଉପରେ ଉଭୟ ଫେସବୁକ ଏବଂ ଏଫଟିସି ପକ୍ଷରୁ କୌଣସି ମତାମତ ଦେବାକୁ ମନା କରାଯାଇଛି।

ଏହି ମାମଲା ଆମେରିକାର ନ୍ୟାୟ ବିଭାଗର ସିଭିଲ ଡିଭିଜନ ନିକଟକୁ ସମୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ପ୍ରକ୍ରିୟା କେତେଦିନ ଧରି ଲାଗୁ ରହିବ ତାହା ଜଣା ପଡ଼ିନାହିଁ। ଫେସବୁକ ଏକ ବଡ଼ କମ୍ପାନି ହୋଇଥିବାରୁ ଏତେଟା ଅସୁବିଧାରେ ପଡ଼ିବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here