ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ସସ୍ମିତା ଆଚାର୍ଯ୍ୟ ଆଜି ପୁରିଘାଟ ଥାନା ସାମ୍ନାରେ ଧାରଣା ଦେଇଛନ୍ତି। ଅଭିଯୋଗ କରିବାର ଏକ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ପ୍ରତିବାଦ କରି ଧାରଣାରେ ବସିଛନ୍ତି।

ସସ୍ମିତା କହିଛନ୍ତି,” ମୋ ଏଫଆଇଆର କପିରେ ଲେଖାଥିଲା ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ମୋତେ କମେଣ୍ଟ ମାରୁଥିଲେ। ହେଲେ ପୋଲିସ ଏଫଆଇଆର କପି ବଦଳାଇ ଦେଇଛି। ନୂଆ କପିରେ ଅନୁଭବ ମହାନ୍ତି, ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅନୁପ୍ରାସ ମହାନ୍ତି ଓ କଣ୍ଠଶିଳ୍ପୀ ଇରା ମହାନ୍ତି ମୋତେ କମେଣ୍ଟ ମାରୁଥିଲେ ବୋଲି ଲେଖାଅଛି। ଆଇଆଇସି ରାଜନୈତିକ ଚାପରେ ଆସି କପି ବଦଳାଇଛନ୍ତି। ମୁଁ ମାନସିକ ସ୍ତରରେ ଚାପରେ ଅଛି। ଲୋକ ଲଗାଇ ମୋତେ ଧମକ ମଧ୍ୟ ଦିଆଯାଉଛି। ମତେ ନ୍ୟାୟ ନମିଳିବା ଯାଏ ମୁଁ ଧାରଣାରେ ବସିବି।”

ମହିଳା ଗତ ଜୁନ ୧୨ ତାରିଖରେ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅନୁଭବ ମହାନ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିବା ଅଭିଯୋଗ କରିଥିଲେ। ଏନେଇ ପୁରୀଘାଟ ଥାନାରେ ଏତଲା ମଧ୍ୟ ଦେଇଥିଲେ। ହେଲେ ତଦନ୍ତ ବିଳମ୍ବ ହେବାରୁ ଆଜି ଧାରଣାରେ ବସିଛନ୍ତି।

Comment