ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷାଦିନ ଆରମ୍ଭ ହୋଇଛି। ଏହି ଦିନ ବର୍ଷାପାଣିରେ ସବୁଠୁ ଅଧିକ ଭିଜିଥାଏ ପାଦ। ଏହି ଦିନରେ ପାଦକୁ ଦରକାର ପଡ଼ିଥାଏ କିଛି ସ୍ୱତନ୍ତ୍ର ଯତ୍ନ। ପାଦର ଯତ୍ନ ନନେଲେ ପାଦ ଅସୁନ୍ଦର ଦେଖାଯାଇ ଥାଏ।

ବର୍ଷାଦିନେ ପାଦକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ କିଛି ଟିପ୍ସ।

ବର୍ଷାରେ କୁଆଡ଼େ ଯାଇଥିଲେ ପ୍ରଥମେ ଆସି ରିମୋଭରରେ ପାଦର ନେଲପଲିସ ସଫା କରନ୍ତୁ। ତା ପରେ ଉଷୁମ ପାଣିରେ କିଛି ସମୟ ପାଦକୁ ବୁଡ଼ାଇ ରଖନ୍ତୁ। ଏମିତି କରିବା ଦ୍ୱାରା ପାଦର ମଲାଚମ ବାହାରି ଯାଇଥାଏ।

ତା ପରେ ପାଦରେ ଚିନି ମହୁରେ ସ୍କ୍ରବ କରନ୍ତୁ। ସ୍କ୍ରବ କରି ସାରିବା ପରେ ନଖ ସାଇଜ କରି କାଟନ୍ତୁ।

ପାଦରେ ଆପଣ ମଶ୍ଚରାଇଜର ମଧ୍ୟ ଲଗାଇ ପାରିବେ।

ଆପଣ ପାଦରେ ନଡ଼ିଆ ତେଲ ବି ଲଗାଇ ପାରିବେ। ଅଫିସ କିମ୍ବା ବାହାରକୁ ଯିବା ବେଳେ ଯଦି ପାଦ ଓଦା ହୋଇଯାଏ ତାହେଲେ ଭଲ ପାଣିରେ ପାଦ ଧୋଇ ଦିଅନ୍ତୁ।

Comment