ଓଡ଼ିଶାଲାଇଭ୍ ବ୍ୟୁରୋ

ମିଠାମାନଙ୍କ ମଧ୍ୟରେ ରାଜା ହେଉଛି ରସଗୋଲା। ଏହି ରସାଳ ରସଗୋଲାଟି ଖାଇବାକୁ ଯେଭଳି ସ୍ୱାଦଯୁକ୍ତ ଦେଖିବାକୁ ମଧ୍ୟ ସେତିକି ଆକର୍ଷଣୀୟ। ବର୍ତ୍ତମାନ ରସଗୋଲାର ଭିନ୍ନ ଭିନ୍ନ ଷ୍ଟାଇଲ୍ ଏବଂ ଭେରାଇଟି ମାର୍କେଟରେ ଉପଲବ୍ଧ ହେଲାଣି। ସେହିଭଳି ହୋଟେଲ ସ୍ୱସ୍ତି ପ୍ରିମିୟମରେ ଦୁଇ ପ୍ରକାର ରସଗୋଲା ମିଳୁଛି। ସ୍ୱସ୍ତି ପ୍ରିମିୟମର ସେଫ୍ ସମୀର ମଲ୍ଲିକ୍ ବେକ୍‌ଡ ରସଗୋଲାର ପ୍ରସ୍ତୁତି ସମ୍ପର୍କରେ ଓଡ଼ିଶାଲାଇଭ୍ ଟିମ୍‌କୁ କହିଛନ୍ତି।

Samir mallik: Chef of Swosti Premium

ସେଫ କହିଛନ୍ତି, ‘‘ସ୍ୱସ୍ତି ପ୍ରମିୟମ ହୋଟେଲରେ ୨ଟି ଭେରାଇଟିର ରସଗୋଲା ମିଳୁଛି। ଗୋଟେ ସାଧାରଣ ରସଗୋଲା ଓ ଆଉ ଗୋଟେ ବେକ୍‌ ରସଗୋଲା। ବେକ୍ ରସଗୋଲାର ଚାହିଦା ଅଧିକ ରହିଛି। ଗ୍ରାହକମାନେ ଅଧିକ ବେକ୍‌ଡ ରସଗୋଲା ଡିମାଣ୍ଡ କରୁଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ମନପସନ୍ଦର ମିଠା ହେଉଛି ବେକ୍‌ଡ ରସଗୋଲା।’’

କିଭଳି ପ୍ରସ୍ତୁତ ହୁଏ ଏହି ‘ବେକ୍‌ଡ ରସଗୋଲା’

ପ୍ରଥମେ ଆବଶ୍ୟକୀୟ ଛେନା, ମଇଦା, ଚିନି, ଗୁଜୁରାତି ପାଉଡର, ସୁଜି ଆଦି ସାମଗ୍ରୀଗୁଡ଼ିକୁ ଆଣନ୍ତୁ। ଏହାପରେ ଛେନାକୁ ଭଲଭାବରେ ଚକଟି ଦିଅନ୍ତୁ। ସେଥିରେ ସୁଜି ଏବଂ ମଇଦା ମିଶାଇ ଚକଟି ଦିଅନ୍ତୁ, ଯେପରି ଏହା ଭଲରେ ମିଶିଯିବ। ଏଥିରେ ଗୁଜୁରାତି ପାଉଡର ମିଶାଇ ଦିଅନ୍ତୁ।

ଚିନି, କ୍ଷୀର ଓ ପାଣିକୁ ମିଶାନ୍ତୁ। ପାତ୍ରରେ ଏହି ତିନୋଟି ମିଶ୍ରଣକୁ ଗରମ କରନ୍ତୁ। ଗରମ କଲାବେଳେ ଭଲକରି ଘାଣ୍ଟନ୍ତୁ, ଯେପରି ଚିନିରେ ପାଣି ସହ ମିଶିଯିବ। ଏହି ମିଶ୍ରଣ ଫୁଟିବା ପରେ ଦେଖିବେ ପାତ୍ର ଉପରେ ଧଳାର କିଛି ଭାସିବ। ଏହାକୁ ବାହାର କରିଦେବେ। ଏହାକୁ ବାହାର କରିବା ପରେ ଚିନି ସିରା ସଫା ଦେଖାଯିବ।

Baked Rasagola of Swosti Premium

ସିରା ଠିକ୍ ଭାବରେ ହୋଇଛି ନା ନାହିଁ ଜାଣିବା ପାଇଁ ଚିନି ସିରାର ଗୋଟେ ଚାମଚ ବାହାର କରନ୍ତୁ। ଟିକେ ଥଣ୍ଡା ହେଲା ପରେ ହାତରେ ଲଗାଇ ଦେଖନ୍ତୁ ସିରା ଭଳି ଆଣ ହୋଇଛି ନା ନାହିଁ, ଯଦି ହୋଇଥିବ ଏହାକୁ ଗ୍ୟାସରୁ କାଢ଼ି ଦିଅନ୍ତୁ।

ସିରା ପ୍ରସ୍ତୁତ କରିସାରିବା ପରେ ଛେନାକୁ ଗୋଲଗୋଲ ସାଇଜରେ ଗୁଳା କରି ଏହାକୁ ଗରମ ସିରାରେ ପକାଇ ଫୁଟାନ୍ତୁ।

ରାନ୍ଧିବାପରେ ଏଥିରେ ଅଳ୍ପ ପରିମାଣର ମଇଦା ମିଶାଇ ରାନ୍ଧନ୍ତୁ। ପ୍ରସ୍ତୁତ ହୋଇଯିବା ପରେ ଏହି ରସଗୋଲାକୁ ମଲାଇରେ ମିଶାଇ ଓଭନ୍‌ରେ ବେକ କରିବାକୁ ପଡ଼ିଥାଏ। ବେକ୍ ହେବାପରେ ପ୍ରସ୍ତୁତ ହୋଇ ଯିବ ବେକ୍‌ଡ ରସଗୋଲା।

Comment