ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ। ଏହି ଦିନକଟୁ ସବୈତନିକ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ସମସ୍ତ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ଯଦି ପାଟକୁରା ନିର୍ବାଚନମଣ୍ଡଳୀର ଭୋଟର ହୋଇଥିବେ ସେମାନେ ଭୋଟ ଦେବା ପାଇଁ ଯାଇପାରିବେ।
ଏହାସହ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି ମତଦାନ ଦିନ ବନ୍ଦ ରଖିବାକୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

















