ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ପୋଲିଂ କର୍ମଚାରୀଙ୍କ ଲାଗି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି।

ନିର୍ବାଚନ ବେଳେ ପୋଲିଂ ଅଧିକାରୀ ଏବଂ କର୍ମଚାରୀ ଡ୍ୟୁଟି କରୁଥିବା ସ୍ଥାନରେ ହିଁ ଭୋଟ୍ ଦେବେ। ଏଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ଏହା ସହ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୦ ବର୍ଷରୁ କମ୍ ବୟସର ଭିନ୍ନକ୍ଷମ ଏବଂ ଅସୁସ୍ଥ ଭୋଟରଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାରେ ଇଭିଏମ ପହଞ୍ଚିବା ସହ ଟେଷ୍ଟିଂ ସରିଛି। ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ କାମ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ କାମ ଜାରି ରହିଥିବା ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଖୁବ ଶୀଘ୍ର ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ଆସିବେ ବୋଲି ସେ ସୂଚନା ଦେଇଛନ୍ତି।

Tags: #Election #Politics #OdishaPolitics #Vote #Voting #PollingStaffs #Odisha

Comment