ଓଡ଼ିଶାଲାଇଭ ବ୍ୟୁରୋ

ଆୟୋଜକ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହେବା ସହ ଶେଷ ହୋଇଛି ୨୦୧୯ ବିଶ୍ୱକପ ମହାସମର। ଏଥିସହ ଆଗାମୀ ବିଶ୍ୱକପ ଆୟୋଜନ ପାଇଁ ଜୋର ଧରିଲାଣି ଚର୍ଚ୍ଚା। ଆଗାମୀ ୨୦୨୩ ବିଶ୍ୱକପ ଆୟୋଜନ କରିବ ଭାରତ। ୨୦୨୩ ମସିହା ଫେବୃଆରୀ ୯ ତାରିଖରୁ ମାର୍ଚ୍ଚ ମାସ ୨୬ ତାରିଖ ମଧ୍ୟରେ ଖେଳାଯିବ ବିଶ୍ୱକପର ଏହା ୧୩ତମ ସଂସ୍କରଣ ଖେଳାଯିବ।

ବିଶ୍ଵକପ ୨୦୨୪ରେ ଭାରତ ବିଶ୍ଵ ବିଜେତା ହେବ ବୋଲି ଚର୍ଚ୍ଚା ହେଉଛି। କାରଣ ଗତ ୨୦୧୧ ବିଶ୍ଵକପରୁ ଆୟୋଜକହିଁ ବିଶ୍ଵବିଜେତା ହେଉଛି। ୨୦୧୧ ଆୟୋଜକ ଭାରତ ଚାମ୍ପିୟନ ହୋଇଥିଲା, ୨୦୧୫ରେ ଆୟୋଜକ ଅଷ୍ଟ୍ରେଲିଆ ଓ ୨୦୧୯ରେ ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେଲେ। ସେହିପରି ଏହାକୁ ଆକଳନ କରି ୨୦୨୩ରେ ଭାରତ ଚାମ୍ପିୟନ ହେବ ବୋଲି ଆକଳନ କରାଯାଉଛି।

ପୂର୍ବରୁ ମଧ୍ୟ ଭାରତ ୧୯୮୭, ୧୯୯୬ ଏବଂ ୨୦୧୧ ମସିହାରେ ବିଶ୍ୱକପ ଆୟୋଜନ କରିସାରିଛି। ପ୍ରତିଥର ଭାରତ ତା’ର ପଡୋଶୀ ରାଷ୍ଟ୍ର ସହ ମିଶି ବିଶ୍ୱକପ ଆୟୋଜନ କରିଛି। କିନ୍ତୁ ଆଗାମୀ ୨୦୨୩ ବିଶ୍ୱକପ ଭାରତ ଏକାକୀ ଆୟୋଜନ କରିବାର ଅଧିକାର ପାଇଛି।

Comment