ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜନକୁ ନିୟନ୍ତ୍ରଣ ରଖିବାକୁ ହେଉ ବା ସୁସ୍ଥ ରହିବାକୁ ହେଉ ଆଜି କାଲିର ଯୁବପିଢ଼ି ଗ୍ରୀନ୍ ଟିକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ସକାଳୁ ଉଠିବା ପରେ ଚା’ କଫି ପିଇବା ପରିବର୍ତ୍ତେ ଗ୍ରୀନ ଟି ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। କେବଳ ସ୍ୱାସ୍ଥ୍ୟ ପାଇଁ ନୁହଁ ବରଂ ଏହାକୁ ତ୍ୱଚା ଜନିତ ସମସ୍ୟା ପାଇଁ ବି ବେଶ୍ ଲାଭଦାୟକ। ତ୍ୱଚାରେ ପଡ଼ିଥିବା ଦାଗ, ଆଖିତଳର କଳାଦାଗ ଆଦିକୁ ମଧ୍ୟ ଦୂର କରିଥାଏ ଗ୍ରୀନ୍ ଟି।

ଗୀନ୍ ଟି ର ଉପକାରିତା:

  • ଗ୍ରୀନ୍ ଟି ରେ ବାୟୋଆକ୍ଟିଭ୍ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ।
  • ଗ୍ରୀନ୍ ଟି ପେଟରେ ର୍ଚବି କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ଶରୀରକୁ ପତଳା ମଧ୍ୟ ରଖିଥାଏା
  • ଗ୍ରୀନ୍ ଟି ଆପଣଙ୍କ ତ୍ୱଚାକୁ ସୁନ୍ଦର ରଖିବା ସହ ଆଖିତଳର କଳା ଦାଗ ଏବଂ ମୁହଁର ବ୍ରଣକୁ ମଧ୍ୟ ଦୂର କରିଥାଏା

ଗ୍ରୀନ୍ ଟି ଫେସ୍‌ ପ୍ୟାକ୍:

ଅଳ୍ପ ହଳଦି, ଏକ ଚାମଚ ଗ୍ରୀନ ଟି, ଏକ ଚାମଚ ବେସନ, ଅଧ ଚାମଚ ମହୁ ଏବଂ ୫ରୁ ୬ ବୁନ୍ଦା ଲେମ୍ବୁ ରସ ପକେଇ ତା’କୁ ଭଲଭାବରେ ମିଶାଇ ଦିଅନ୍ତୁ। ମୁହଁକୁ ପ୍ରଥମେ ଭଲଭାବରେ ଧୋଇ ସଫା କରିଦିଅନ୍ତୁ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍ ରଖନ୍ତୁ। ୨୦ ମିନିଟ୍ ପରେ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ ଯାହାଫଳରେ ଶୁଖି ଯାଇଥିବା ଫେସ୍‌ପ୍ୟାକ୍‌କୁ ଓଦା ହୋଇଯିବ। ଏହାପରେ ମୁହଁକୁ ଭଲ ଭାବରେ ମସାଜ କରି ଧୋଇ ଦିଅନ୍ତୁ ଏପରି କରିବା ଦ୍ୱାରା ମୁହଁର ବ୍ରଣ ସମସ୍ୟା ଦୂର ହୋଇଥାଏା

LEAVE A REPLY

Please enter your comment!
Please enter your name here