ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ଆସନ୍ତା ଅଗଷ୍ଟ ୩ରୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ। ଏନେଇ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ଚୟନ ହେବାର ଥିଲା। ବର୍ତ୍ତମାନ ଏହାକୁ ରବିବାର ଯାଏଁ ଘୁଞ୍ଚା ଯାଇଛି। ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଟିମ୍‌ ଇଣ୍ଡିଆରେ କେଉଁ ପ୍ଲେୟର ଖେଳିବେ, ସେନେଇ ରବିବାର ଚୟନ ହେବ।

ରବିବାର ଚୟନକମିଟି ବୈଠକ ପରେ ଇଣ୍ଡିଜ୍‌ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ସଲେକ୍ସନ ହେବ। ପୂର୍ବରୁ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ ବୋଲି ଶୁଣିବାକୁ ମିଳିଥିବା ବେଳେ ବର୍ତ୍ତମାନ ସବୁ ବରିଷ୍ଠ ଖେଳାଳିମାନେ ଦଳରେ ରହିବେ ବୋଲି ସୂଚନା ମିଳିଛି। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜଶପ୍ରୀତ ବୁମ୍‌ରାଙ୍କୁ ୱେଷ୍ଟଇଣ୍ଡିଜ ସିରିଜରୁ ବିଶ୍ରାମ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ଆଜି ବୈଠକରେ ଅଧିନାୟକ ବିରାଟ କୋହଲିଙ୍କ ଉପସ୍ଥିତିରେ ଚୟନକମିଟି ସମସ୍ତ ଖେଳାଳିଙ୍କ ଫିଟନେସ୍ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଅନୁଧ୍ୟାନ ପରେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଟିମ୍‌ ଇଣ୍ଡିଆରେ ପ୍ଲେୟର ଘୋଷଣା କରାଯିବ।

ଆସନ୍ତା ଅଗଷ୍ଟ ୩ରୁ ଟିମ୍‌ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ, ୩ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ।

Comment