ଓଡ଼ିଶାଲାଇଭ ବ୍ୟୁରୋ

ଦେଶର ୬ଟି ରାଜ୍ୟରେ ରାଜ୍ୟପାଳଙ୍କ ବଦଳି ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ ଟି ରାଜ୍ୟର ରାଜପାଳଙ୍କ ବଦଳି କରି ନୂଆ ନିଯୁକ୍ତି ଦେଇଛନ୍ତି।

ଆନନ୍ଦୀ ବେନ୍ ପଟେଲ

ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଏହାପୂର୍ବରୁ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ ରାମ ନାଇକ। ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀ ବେନ ପଟେଲଙ୍କୁ ୨୦୧୮ରେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ଲାଲଜି ଟଣ୍ଡନ
ଫଗୁ ଚୌହ୍ୱାନ

ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି।

ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ।

ଜଗଦୀପ ଧନଖର

ଜଗଦୀପ ଧନଖରଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହାପୂର୍ବରୁ କେଶରୀନାଥ ତ୍ରିପାଠୀ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।

 ରମେଶ ବଇସ

ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲା ବେଳେ ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

ଆର ଏନ ରବି

Comment