ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଡକ୍ଟର ତାମିଲସାଇ ସୁନ୍ଦରରାଜନ। ରବିବାର ରାଜଭବନରେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ତାଙ୍କୁ ରାଜ୍ୟପାଳ ଭାବରେ ଶପଥ ପାଠ କରାଇଛନ୍ତି।

୫୮ ବର୍ଷିୟା ତାମିଲସାଇ ସୁନ୍ଦରରାଜନ ତାମିଲନାଡୁ ବିଜେପି ପ୍ରମୁଖ ଓ ବିଜେପିର ରାଷ୍ଟ୍ରୀୟ ସଚିବ ମଧ୍ୟ ରହିସାରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୧ ତାରିଖରେ ତାମିଲସାଇଙ୍କୁ ତେଲେଙ୍କାନାର ଦ୍ୱିତୀୟ ରାଜ୍ୟପାଳ ଭାବରେ ନିଯୁକ୍ତ ପାଇଁ ଘୋଷଣା କରିଥିଲେ।

୨୦୧୪ ମସିହା ଜୁନ୍ ମାସରେ ନୂଆ କରି ତେଲେଙ୍ଗାନା ରାଜ୍ୟ ଗଠନ ହେଲା। ଏହାପରେ ରାଜ୍ୟର ପ୍ରଥମ ରାଜ୍ୟପାଳ ହୋଇଥିଲେ ଇ.ଏସ୍.ଏଲ.ନରସିଂହମନ।

ରବିବାର ଏହି ଶପଥ ଗହଣ ସମାରୋହରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀ, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ମନୋନୀତ ହୋଇଥିବା ବନ୍ଦାରୁ ଦତ୍ତାତ୍ରେୟ, ତେଲେଙ୍ଗାନା ବାଚସ୍ପତି ପି.ଏସ୍.ରେଡ୍ଡୀ ଓ ରାଜ୍ୟର ବହୁ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେଇଥିଲେ।

ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଫିଜିସିୟାନ୍ ଥିଲେ। ୧୯୯୯ ମସିହାରେ ସେ ପ୍ରଥମ କରି ରାଜନୀତିରେ ପ୍ରବେଶ କଲେ। ସାଉଥ୍ ଚେନ୍ନାଇ ଜିଲ୍ଲା ମେଡିକାଲ ୱିଙ୍ଗର ସେ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ତାଙ୍କୁ ବିଜେପିର ଭିନ୍ନ ଭିନ୍ନ ପଦରେ ନିଯୁକ୍ତି ଦିଆଯାଇଥିଲା।

Comment