ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ବି ଆରମ୍ଭରୁ ଗୃହ ଚାଲିପାରିନାହିଁ। ବିଭିନ୍ନ ପ୍ରସଙ୍ଗରେ ଗୃହରେ ବିରୋଧୀ ହୋହାଲ୍ଲା ଓ ହଙ୍ଗାମା କରିଥିଲେ।

ହୋହାଲ୍ଲା ପରେ ଗୃହକୁ ୧୧.୩୦ ଯାଏଁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି। ସେପଟେ କେନ୍ଦ୍ରୀୟ ଅବହେଲା ଓ ନିଯୁକ୍ତି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିଜେଡି ବିଧାୟକ।

ପୋଲିସର ଜୁଲମ, ନାବାଳିକା ଗର୍ଭବତୀ ପ୍ରସଙ୍ଗରେ ବିଜେପି ବିଧାୟକ ମାନେ ଗୃହରେ ହଟ୍ଟଗୋଳ କରିଛନ୍ତି। ଚାଷୀ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ନାରାବାଜୀ କରିଛନ୍ତି।

ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ। ନିଯୁକ୍ତି ଓ କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟପାଳଙ୍କୁ ଦେବେ ସ୍ମାରକପତ୍ର।

Comment