ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ ୩ ପ୍ରଥମ ବର୍ଷର ନାମଲେଖା କାର୍ଯ୍ୟସୂଚୀରେ ଉଚ୍ଚଶିକ୍ଷା ବିଭାଗ କିଛିଟା ପରିବର୍ତ୍ତନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ କମନ୍ ଆପଲିକେସନ ଫର୍ମ ପୂରଣ କରିବା ସହ ଫିସ୍ ଦାଖଲ କରିଛନ୍ତି ମାତ୍ର କୌଣସି କାରଣରୁ ହାର୍ଡ କପି ଦାଖଲ କରିନାହାନ୍ତି ସେମାନେ ଆଡମିସନରୁ ବଞ୍ଚିତ ହୋଇଛନ୍ତି।

ସେମାନଙ୍କ ସୁବିଧା ପାଇଁ ହାର୍ଡକପି ଦାଖଲ କରିବାର ତାରିଖକୁ ଜୁନ୍ ୨୨ ଓ ୨୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହି ଛାତ୍ରଛାତ୍ରୀମାନେ ଦ୍ଵିତୀୟ ପର୍ଯ୍ୟାୟରେ ଆଡମିସନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଆଡମିସନ ଫିସ ଦାଖଲ ସମୟସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି। ୨୧ ତାରିଖ ବଦଳରେ ଏହାକୁ ୨୩ ତାରିଖକୁ ଘୁଞ୍ଚାଯାଇଛି। ଛାତ୍ରଛାତ୍ରୀ ୨୩ତାରିଖ ସୁଦ୍ଧା ସେମାନଙ୍କର ନାମଲେଖା ଫିସ୍ ଅନଲାଇନରେ ଦାଖଲ କରିପାରିବେ।

Comment