ଓଡ଼ିଶାଲାଇଭ୍ ବ୍ୟୁରୋ

ବି.ଟେକ୍‌ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା।

ଏହି ସ୍ୱତନ୍ତ୍ର ଓଜେଇଇରେ୧୪ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରରେ ସର୍ବାଧିକ ୯ଟି ପରୀକ୍ଷା କେନ୍ଦ୍ରରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଆସନ୍ତା ୨୫ ତାରିଖରେ ଫଳ ପ୍ରକାଶ ପାଇବ। ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀମାନେ ରାଙ୍କ କାର୍ଡ ଡାଉନ୍‌ଲୋଡ କରିବା ସହ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ।

୩୦ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀମାନେ କଲେଜରେ ରିପୋର୍ଟ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Comment