ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ନୌସେନାରେ ଭର୍ତ୍ତି ହେବାକୁ ମାଟ୍ରିକ ପାସ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ନାବିକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନାବିକ ନିଯୁକ୍ତି ପାଇଁ ଭାରତୀୟ ନୌସେନା ପକ୍ଷରୁ ୨୦୧୯ ସେପ୍ଟେମ୍ବରରେ ଏକ ‘ଭାରତୀୟ ନୌସେନା ପ୍ରବେଶିକା ପରୀକ୍ଷା’(ଆଇଏନଇଟି) ଆୟୋଜିତ ହେବ। ଏହା ସମ୍ପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପ୍ରବେଶିକା ପରୀକ୍ଷା ହେବ।

ଯୋଗ୍ୟତା:

୨୦୦୦ ମସିହା ଏପ୍ରିଲ ୧ ରୁ ୨୦୦୩ ମସିହା ମାର୍ଚ୍ଚ ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପୁରୁଷ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ଆବଶ୍ୟକ। ନୌସେନାର ପ୍ରବେଶିକା ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ ପ୍ରାର୍ଥୀ ନାବିକ ଭାବେ ନିଯୁକ୍ତ ହେବ। ନାବିକ ନିଯୁକ୍ତ ହେବାପରେ ସେମାନେ ସେଫ, ଷ୍ଟିୱାର୍ଡ ଏବଂ ହାଇଜିନିଷ୍ଟ ପଦବୀରେ କାର୍ଯ୍ୟ କରିଥା’ନ୍ତି।

କେମିତି କରିବେ ଆବେଦନ:

ଆଶାୟୀ ପ୍ରାର୍ଥୀମାନେ ନୌସେନାର ଅଫିସିଆଲ ୱେବସାଇଟ୍‌ www.joinindiannavy.gov.inରେ ସେମାନଙ୍କୁ ପଞ୍ଜିକୃତ କରିପାରିବେ। ପଞ୍ଜିକରଣ ପାଇଁ ଅନ୍ୟକୌଣସି ଆପ କିମ୍ବା ୱେବସାଇଟ ନାହିଁ। ୱେବସାଇଟରେ ସେମାନଙ୍କ ୟୁଜର ଆକାଉଂଟ ଖୋଲିବା ପରେ ଆବେଦନକାରୀମାନେ ଅନଲାଇନ ଆବେଦନ ପତ୍ର ଦାଖଲ ୱିଣ୍ଡୋ ସମ୍ବନ୍ଧରେ ଇମେଲ ଆଲର୍ଟ ପାଇବେ।

ଅନଲାଇନରେ ପଞ୍ଜିକରଣ କରିବା ପରେ ଆବେଦନକାରୀମାନେ ସେମାନଙ୍କ ବ୍ୟକ୍ତିଗତ, ଶିକ୍ଷାଗତ ତଥା ଯୋଗାଯୋଗ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ଆବଶ୍ୟକ। ପ୍ରାର୍ଥୀମାନେ ସେମାନଙ୍କ ଆକାଉଂଟରେ ସହାୟକ କାଗଜପତ୍ର ଅପଲୋଡ କରିବାରେ ମଧ୍ୟ ସମର୍ଥ ହେବେ।

କେମିତି ହେବ ଚୟନ ପ୍ରକ୍ରିୟା:

ଆଇଏନ୍‌ଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଚୟନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଡକାଯିବ। ଏହି ପର୍ଯ୍ୟାୟରେ ରହିଛି ଶାରୀରିକ ଫିଟନେସ ପରୀକ୍ଷା ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟଗତ ପରୀକ୍ଷା। ଏହି ପର୍ଯ୍ୟାୟ ଶେଷ ହେବା ପରେ ଏକ ଯୋଗ୍ୟତାଭିତ୍ତିକ ସୂଚୀ ପ୍ରସ୍ତୁତ କରାଯିବ ଏବଂ ସଫଳ ପ୍ରାର୍ଥୀମାନଙ୍କୁ  ଓଡିଶାର ଆଇଏନଏସ ଚିଲିକାଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣରେ ସାମିଲ ହେବା ପାଇଁ ଡକାଯିବ।

ଆଇଏନଏସ ଚିଲିକାରେ ଚୂଡାନ୍ତ ସ୍ୱାସ୍ଥ୍ୟଗତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସଫଳ ପ୍ରାର୍ଥୀଙ୍କୁ ଭାରତୀୟ ନୌସେନାରେ ନିଯୁକ୍ତି ମିଳିବ। ଏଥିପାଇଁ ଆସନ୍ତା ବର୍ଷ ଏପ୍ରିଲ ମାସରେ ପ୍ରଶିକ୍ଷଣ ଆରମ୍ଭ ହେବ। ଏହି ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ଏବଂ ସ୍ୱାସ୍ଥ୍ୟଗତ ସ୍ତର ବିଷୟରେ ଅଧିକ ଜାଣିବା ପାଇଁ www.joinindiannavy.gov.inରେ ଲଗ୍‌ଇନ କରନ୍ତୁ।

Comment