ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ। ୧୪ ହଜାର ୬୨୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪ ହଜାର ୬୨୨ ପରୀକ୍ଷାର୍ଥୀ ରାଙ୍କ ହାସଲ କରିଛନ୍ତି।

ସ୍ୱତନ୍ତ୍ର ଓଜେଇଇ ବି.ଟେକ୍‌ରେ ରବୀନ୍ଦ୍ର ବେହେରା, ଏମ୍‌ବିଏରେ ଚନ୍ଦନ ପାତ୍ର ଟପ୍ପର ହୋଇଛନ୍ତି।

ସେହିଭଳି ଏମ୍‌ସିଏରେ ଅନୀଷ ଅଗ୍ରଓ୍ଵାଲ, ବିଫାର୍ମରେ ପ୍ରଦୀପ ସାହୁ ଓ ଏମ୍‌ଫାର୍ମରେ ବିଶାଳ ସିଂହ ଟପ୍ପର ହୋଇଛନ୍ତି।

ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ https://ojee.nic.in ନିଜର ରେଜଲ୍ଟ ଜାଣିପାରିବେ।

ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀମାନେ ରାଙ୍କ କାର୍ଡ ଡାଉନ୍‌ଲୋଡ କରିବା ସହ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ।

୩୦ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀମାନେ କଲେଜରେ ରିପୋର୍ଟ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Comment