ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସୁଛି କାରଗିଲ ହିରୋ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ। ଯାହାର ଟାଇଟଲ ରହିଛି ଶେରଶାହ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ବଲିଉଡର କୁଲ୍ ହିରୋ ସିଦ୍ଧାର୍ଥ ମଲହୋତ୍ରା ଅର୍ଥାତ ସେ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଭୂମିକାରେ ନଜର ଆସିବେ।

ଏଥିଲାଗି ସେ ଆର୍ମି ଟ୍ରେନିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏଥିରେ ଅଭିନେତ୍ରୀ କାୟରା ଆଡଭାନିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଥିଲା।

ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଷ୍ଣୁ ଭରଦାନ। ଏହାର କାହାଣୀ ଲେଖିଛନ୍ତି ସନ୍ଦୀପ ଶ୍ରୀବାସ୍ତବ।

ବିକ୍ରମ ବତ୍ରା କିଏ?

ବିକ୍ରମ ବତ୍ରା କାରଗିଲ ଯୁଦ୍ଧରେ ଅଦ୍ଭୁତପୂର୍ଣ୍ଣ ବୀରତାର ପରିଚୟ ଦେଇ ସହିଦ ହୋଇଯାଇଥିଲେ। ଏହାପରେ ତାଙ୍କୁ ଭାରତର ବୀରତା ସମ୍ମାନ ପରମବୀର ଚକ୍ରର ସମ୍ମାନିତ କରାଯାଇଥିଲା। ତାଙ୍କ ପୂଣ୍ୟତିଥିରେ ଆସନ୍ତୁ ଜାଣିବା ତାଙ୍କର ବୀରତାର କିଛି କାହାଣୀ ଯାହାକୁ ଆଜି ମଧ୍ୟ ସାରା ଦେଶ ମନେ ରଖିଛି ।

୧୯୯୯ ମସିହା ଜୁନ ମାସ ୧୯ ତାରିଖରେ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଲିଡରସିପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇଥିଲା । ଏବଂ ସେହି ବର୍ଷ ଜୁଲାଇ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ନିଜର ଜଣେ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ହୋଇଥିଲା ପାଲମପୁରରେ ୯ ସେପ୍ଟେମ୍ବର ୧୯୭୪ରେ ଜନ୍ମ ହୋଇଥିଲେ ବିକ୍ରମ।

Salam Sahid

Comment