ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ।  ମୌସୁମୀ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଜି ଓଡ଼ିଶାର ୭ଟି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଦେବଗଡ଼, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ମୟୁରଭଞ୍ଜ। ଏହି ସ୍ଥାନଗୁଡ଼ିକରେ ସାମାନ୍ୟ ବିଜୁଳି ସହ ଝଡ଼ିବର୍ଷା ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତି ଅପରାହ୍‌ଣ ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦେଖାଯିବ।

ଅନ୍ୟପଟେ ରାଜ୍ୟରେ ବର୍ଷା ଫେରିଥିବାରୁ ଚାଷୀଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ମୌସୁମୀ ବର୍ଷାରେ ଶୁଖି ଯାଇଥିବା ଚାଷ ଜମିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ଚାଷୀକୂଳ।

Comment