ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଉଦଳା ମାରୁତି ସୁଜୁକି ସୋ ରୁମ୍‌ ଲୁଟ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ସୋ ରୁମ୍‌ର ଡ୍ରାଇଭର ବୋଲି ଜଣାପଡ଼ିଛି। ପୋଲିସ୍‌ ତା’ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଦ୍ଧାର କରିଛି।

ଗତ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟରେ ଥିବା ମାରୁତି ସୁଜୁକି ସୋ ରୁମ୍‌ରୁ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଲୁଟ କରି ନଗଦ ୨ ଲକ୍ଷ ୨୬ ହଜାର ଟଙ୍କା ଚୋରି କରିଥିଲା। ଏନେଇ ସୋରୁମ୍‌ର ମାଲିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାର ତଦନ୍ତ କରି ଏକ ସପ୍ତାହ ପରେ ଲୁଟ୍‌ କରିଥିବା ବ୍ୟକ୍ତିକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲା କପ୍ତିପଦା ଥାନା ଅନ୍ତର୍ଗତ ଜାରଡ଼ା ଗାଁର ସତ୍ୟବାନ ପ୍ରଧାନ। ସତ୍ୟବାନ ଉକ୍ତ ମାରୁତି ସୁଜୁକି ସୋ ରୁମ୍‌ର ଡ୍ରାଇଭର ବୋଲି ଜଣାପଡ଼ିଛି।

ଗିରଫ ପରେ ସତ୍ୟବାନ ଏନେଇ ଚୋରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି। ଚୋରି କରିବା ପରେ  ଟଙ୍କାକୁ ନେଇ ନିଜ ଘରବାରଡ଼ିରେ ଗାତ ଖୋଲି ଲୁଚାଇଥିବା ପୋଲିସ ଆଗରେ ସତ୍ୟବାନ କିହିଛି। ପୋଲିସ ତାକୁ ଗିରଫ କରିବା ସହି  ତା’ ପାଖରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଦ୍ଧାର କରିଛି।

Comment