ଓଡ଼ିଶାଲାଇଭ ବ୍ୟୁରୋ

 

 

ବୋଲବମ ଯାତ୍ରା ହେଲା କାଳ। ମୟୁରଭଞ୍ଜ ଜିଲ୍ଲା ବଂଗରିପୋସି ଥାନା ଦୁରାସୁନି ଘାଟ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ବୋଲେରୋକୁ ଧକ୍କା ଦେବାରୁ ୨ ବୋଲବମ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ହଣ୍ଡାଗାଁର ରଞ୍ଜିତ ଆଣ ଓ ଶିବୁ ସାହୁ। ଆହତମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରାବଣମାସ ଅବସରରେ କିଛି ବୋଲବମ୍ ଭକ୍ତ ଭଗବାନ ଶିବଙ୍କୁ ଜଳ ଲାଗି ପାଇଁ ଏକ ବୋଲେରୋରେ ଗୁପ୍ତେଶ୍ଵର ଯାତ୍ରା କରୁଥିଲେ। ଦୁରାସୁନି ଘାଟ ନିକଟରେ ଏକ ଟ୍ରକ ତାଙ୍କ ବୋଲେରୋକୁ ଧକ୍କା ଦେଇଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ଟ୍ରକ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

Comment