ଓଡ଼ିଶାଲାଇଭ ବ୍ୟୁରୋ

ଦିନକୁ ଦିନ ଜଙ୍ଗଲ ଦ୍ରୁତ ଗତିରେ କ୍ଷୟ ହେଉଥିବା ବେଳେ ଏପଟେ ଜଙ୍ଗଲ ମାଫିଆଙ୍କ ଚୋରା କାଠ ଚାଲାଣ ବନ ବିଭାଗର ନିଦ  ହଜାଇ ଦେଇଛି। ହେଲେ ରବିବାର ମୟୁରଭଞ୍ଜ କରଞ୍ଜିଆ ବନବିଭାଗ ଏକ ଟ୍ରକ ଗ୍ୟାରେଜରେ ଚଢ଼ାଉ କରିଥିଲା। ଏଥିରୁ ୫ଲକ୍ଷରୁ ଅଧିକ ମୂଲ୍ୟବାନ କାଠ ଜବତ କରାଯାଇଥିଲା। ଏହାସହ ଗ୍ୟାରେଜ ମ୍ୟାନେଜରକୁ ଗିରଫ କରାଯାଇଛି।

କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ  ଅଧିନ ଟଙ୍ଗାବିଲାରେ ଥିବା ଦୁଇଟି ଟ୍ରକ ବୋଡି ଗ୍ୟାରେଜ ରେ ଆଜି ସକାଳୁ ବନବିଭାଗ ମିଳିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୯୧ଟି ମୂଲ୍ୟବାନ ଶାଳ କାଠ ସହିତ ୧୮ ଟି ରିମୂଲୀ କାଠ ବନ ବିଭାଗ ଜବତ କରିବା ସହିତ ରାଣା ଓ ରାଣା ଗ୍ୟାରେଜ ର ମ୍ୟାନେଜରଙ୍କୁ ଗିରଫ କରିଛି। ଏହି କାଠର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଏହି ଚଢ଼ାଉରେ କରଞ୍ଜିଆ ରେଞ୍ଜ ଅଧିକାରୀ, ଦୁଧିଆଣି ରେଞ୍ଜ ଅଧିକାରୀ ସମେତ ବନବିଭାଗ କର୍ମଚାରୀ ସାମିଲ ଥିଲେ। ବିଭିନ୍ନ ଜାଗାରେ ବୋଡି ଗ୍ୟାରେଜ ସହିତ ଫର୍ନିଚର ଦୋକାନ ଖୋଲା ମେଲା ଚାଲିଥିବା ବେଳେ ସେଗୁଡିକରେ ମଧ୍ୟ ଚଢ଼ାଉ କରିବାକୁ ସାଧାରଣରେ ଦାବି କରାଯାଉଛି।

Comment