ଓଡ଼ିଶାଲାଇଭ ବ୍ୟୁରୋ

ସାରା ରାଜ୍ୟରେ ମୌସୁମୀ ବର୍ଷାର ପ୍ରଭାବ ପରେ ବର୍ତ୍ତମାନ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତା ୩୧ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୧ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏନେଇ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ଝାରସୁଗୁଡ଼ା, ସମ୍ଵଲପୁର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିସାରେ ୨୬ ପ୍ରତିଶତର କମ୍ ବର୍ଷା ହେଇଛି ଏହା ଆଗକୁ ବଢ଼ିବା ବୋଲି ପାଣିପାଗ ବିଭାଗ କହିଛି।

ବର୍ଷା ଅଭାବରୁ ହୀରାକୁଦ ଜଳସ୍ତର କମିଯାଇଥିଲା ଯାହାଫଳରେ ଚାଷୀ ଚିନ୍ତାରେ ପଡ଼ିଥିଲା। ଏହି ଲଘୁଚାପ ଫଳରେ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି।

Comment